28.1 C
Bhubaneswar
Friday, September 27, 2024
Homeମହିଳା ଆଇସିସି ଟି-୨୦ ବିଶ୍ୱକପ୍‌ଅକ୍ଟୋବର ୩ ରୁ ଆରମ୍ଭ ମହିଳା ଟି- ୨୦ ବିଶ୍ୱକପ

ଅକ୍ଟୋବର ୩ ରୁ ଆରମ୍ଭ ମହିଳା ଟି- ୨୦ ବିଶ୍ୱକପ

ନୂଆଦିଲ୍ଲୀ : ଅକ୍ଟୋବର ୩ରୁ ୟୁଏଇରେ ମହିଳା ଟି- ୨୦ ବିଶ୍ୱକପ ଆରମ୍ଭ ହେବ । ଦୁବାଇ ଏବଂ ଶାରଜାହ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ବିଶ୍ୱକପରେ ୧୦ଟି ଟିମ୍‌ ଖେଳୁଥିବା ବେଳେ ମୋଟ୍ ୨୩ଟି ମ୍ୟାଚ୍‌ ଖେଳାଯିବ । ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଗ୍ରୁପ୍-ଏରେ ରହିଥିବାବେଳେ ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ସ୍କଟଲ୍ୟାଣ୍ଡ ଗ୍ରୁପ୍-ବିରେ ରହିଛନ୍ତି । ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଦୁହିଁଙ୍କ ମଧ୍ୟରେ ମ୍ୟାଚ ଅକ୍ଟୋବର ୬ ତାରିଖରେ ଖେଳାଯିବ । ଭାରତୀୟ ଟିମର ଶେଷ ଗ୍ରୁପ ମ୍ୟାଚ ଅଷ୍ଟ୍ରେଲିଆ ସହିତ ହେବ । ଏହା ୧୩ ଅକ୍ଟୋବରରେ ଖେଳାଯିବ । କହିରଖୁ, ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରେ ଭାରତ ଓ ପାକିସ୍ତାନ ୧୫ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ୧୨ ଥର ବାଜିମାତ କରିଛି ଭାରତ । ସେପଟେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ୨୦୨୩ ରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା । ପ୍ରକାଶଥାଉ ଯେ, ମହିଳା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ମୋଟ ୧୦ ଟି ଦଳ ଭାଗ ନେଉଛନ୍ତି । ଏହି ୧୦ ଟି ଦଳକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି । ଭାରତୀୟ ଦଳ ଗ୍ରୁପ ‘ଏ’ ରେ ରହିଛି । ଭାରତକୁ ଛାଡି ଗ୍ରୁପ ‘ଏ’ରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking