ଭୁବନେଶ୍ୱର: ବିଧାନସଭା ଆଗରେ ବିଭିନ୍ନ ମହିଳା ସଂଗଠନର ଆନ୍ଦୋଳନ । କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ବକେୟା ଦରମା ପ୍ରଦାନ ଦାବି ନେଇ ବିଧାନସଭା ସମ୍ମୁଖରେ ଅଲ୍ ଓଡିଶା ଜିପିଏଲ୍ଏଫ୍ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛି । ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି ଶୁଣୁନାହାନ୍ତି । ସେଥିପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ନିଷ୍ପତ୍ତି ନେଇଛି । ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛି ସଂଘ । ଯଦି ଏହି ଦାବିର ତୁରନ୍ତ ସମାଧାନ ନହେବ, ତେବେ ଆଗାମୀ ଦିନରେ ଓଡିଶାରେ ଥିବା ୬୦ ହଜାର କର୍ମୀ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ସଂଘ ।