ମେଲବଣ୍ଣ: ଚଳିତ ବର୍ଷ ଡିସେମ୍ବରରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ଏକ ଟି-୨୦ ସିରିଜ୍ ଖେଳିବ । ଏହି ସିରିଜ୍ରେ ୫ଟି ମ୍ୟାଚ୍ ରହିବ ବୋଲି ସୋମବାର କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ପୁରୁଷ ଓ ମହିଳା କ୍ରିକେଟ୍ ଦଳର କାର୍ଯ୍ୟସୂଚୀ ଘୋଷଣା ପରେ ସ୍ପଷ୍ଟ ହୋଇଛି ।
ଗତ ଆଇସିସି ବିଶ୍ୱକପ୍ରେ ଭାଗ ନେଇ ଲିଗ୍ ପର୍ଯ୍ୟାୟରୁ ବିଦା ହୋଇଥିବା ଭାରତ ଆସନ୍ତା ଜୁଲାଇ-ଅଗଷ୍ଟରେ ବର୍ମିଂହାମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବ । ଏହାପରେ ଦଳ ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତ କରି ସେଠାରେ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ଅଷ୍ଟ୍ରେଲିଆ ପୁରୁଷ ଦଳ ଆସନ୍ତା ସେପ୍ଟେମ୍ବରରେ ଭାରତ ଗସ୍ତ କରି ୩ଟି ଟି-୨୦ ମ୍ୟାଚ୍ ଖେଳିବା ମଧ୍ୟ ନିର୍ଦ୍ଦିଷ୍ଟ ହୋଇଛି । ଉଭୟ ଦଳ ଏହି ସିରିଜ୍ ମାଧ୍ୟମରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍ ସକାଶେ ନିଜକୁ ପ୍ରସ୍ତୁତ କରିବେ ।