31.1 C
Bhubaneswar
Friday, October 18, 2024
Homeଖେଳମହିଳା ଆଶେସ୍ ଟେଷ୍ଟ୍‌: ପେରୀ ଶତକରୁ ବଞ୍ଚିତ

ମହିଳା ଆଶେସ୍ ଟେଷ୍ଟ୍‌: ପେରୀ ଶତକରୁ ବଞ୍ଚିତ

ନଟ୍ଟିଂହାମ୍‌: ଗୁରୁବାର ଏଠାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକମାତ୍ର ମହିଳା ଆଶେସ୍ ଟେଷ୍ଟ୍ ଆରମ୍ଭ ହୋଇଛି । ପ୍ରଥମ ଦିନ ଖେଳରେ ପ୍ରଥମେ ବ୍ୟାଟିଂ କରି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭ୍ରମଣକାରୀ ଅଷ୍ଟ୍ରେଲିଆ ୬୩ ଓଭର୍‌ରେ ୬ଟି ୱିକେଟ୍ ହରାଇ ୨୪୪ ରନ୍ କରିଛି । ଦଳକୁ ଏହି ସ୍ଥାନରେ ପହଞ୍ଚାଇବାରେ ଏଲିସି ପେରୀଙ୍କ ୯୯ ଓ ତହଲିଆ ମ୍ୟାକ୍‌ଗ୍ରାଥ୍‌ଙ୍କ ୬୧ ରନ୍‌ର ଇନିଂସ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

ତେବେ ୧୫୩ ବଲ୍ ଖେଳି ୧୫ଟି ଚୌକା ଲଗାଇଥିବା ପେରୀ ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି । ସେ ତୃତୀୟ ୱିକେଟ୍‌ରେ ମ୍ୟାକ୍‌ଗ୍ରାଥ୍‌ଙ୍କ ସହ ୧୧୯ ରନ୍‌ର ଭାଗୀଦାରୀ କରିଛନ୍ତି । ମ୍ୟାକ୍‌ଗ୍ରାଥ୍ ୬୧ ରନ୍‌ର ଇନିଂସ ପାଇଁ ୮ଟି ଚୌକାର ସହାୟତା ନେଇଛନ୍ତି । ଏହାଛଡ଼ା ଦୁଇ ଓପନର ବେଥ୍ ମୂନୀ ୪ଟି ଚୌକା ସହ ୩୩ ଓ ଫୋବ୍ ଲିଚ୍‌ଫିଲ୍‌ଡ ସମାନ ସଂଖ୍ୟକ ଚୌକା ମାଧ୍ୟମରେ ୨୩ ରନ୍ କରିଛନ୍ତି । ଘରୋଇ ଇଂଲଣ୍ଡ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ୍ ୩ଟି, ଲରେନ୍ ବେଲ୍ ୨ଟି ଓ କେଟ୍ କ୍ରସ୍ ଗୋଟିଏ ୱିକେଟ୍ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking