ଢେଙ୍କାନାଳ : ୨୦୨୨ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ଶୁକ୍ରବାର ବିଳମ୍ବିତ ରାତ୍ରି ଜିଲ୍ଲାରେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ସରଂକ୍ଷଣ ଚିଠା ତାଲିକାରୁ ଆଗାମି ନିର୍ବାଚନରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାରେ ୨୭ ଟି ଜିଲ୍ଲା ପରିଷଦ ଆସନରୁ ୧୪ ଟି, ୮ ଟି ବ୍ଲକ୍ ଅଧ୍ୟକ୍ଷ ମଧ୍ୟରୁ ୪ଟି ଏବଂ ୨୧୨ ଟି ସରପଂଚ ଆସନରୁ ୧୦୮ ଟି ବିଭିନ୍ନ ବର୍ଗର ମହିଳା ମାନଙ୍କ ପାଇଁ ସଂରକ୍ଷିତ କରାଯାଇଛି । ତେବେ ବିଭିନ୍ନ ଆପତି ଓ ଅଭିଯୋଗର ଶୁଣାଣି ପରେ ଆସନ୍ତା ୩୦ ତାରିଖରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ସୁଚନା ମିଳିଛି । ଜିଲ୍ଲାରେ ପ୍ରକାଶିତ ଚିଠା ତାଲିକାରେ ୨୧୨ ଟି ସରପଂଚ ପଦବୀ ମଧ୍ୟରୁ ୧୦୮ ଟି ବିଭିନ୍ନ ବର୍ଗର ମହିଳାଙ୍କ ଲାଗି ସରଂକ୍ଷିତ ରହିଥିବା ଜଣାପଡିଛି । ଢେଙ୍କାନାଳ ସଦର ବ୍ଲକ୍ରୁ ୩୦ ପଂଚାୟତ ମଧ୍ୟରୁ ୧୫, ଗଁଦିଆ ବ୍ଲକ୍ର ୨୯ ମଧ୍ୟରୁ ୧୫ , ଭୁବନ ବ୍ଲକ୍ର ୧୮ ମଧ୍ୟରୁ ୯, ହିନ୍ଦୋଳ ବ୍ଲକ୍ର ୩୫ ରୁ ୧୮, କାମାକ୍ଷାନଗ ବ୍ଲକ୍ର ୨୨ ରୁ ୧୧, କଙ୍କଡାହାଡ ବ୍ଲକ୍ର ୨୧ ରୁ ୧୧, ଓଡାପଡା ବ୍ଲକ୍ର ୨୮ ରୁ ୧୪, ପର୍ଜଙ୍ଗ ବ୍ଲକ୍ର ୨୯ ରୁ ୧୮ ଟି ସରପଂଚ ପଦବୀ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସରଂକ୍ଷିତ ରହିଛି ।
ସେହିପରି ୮ ବ୍ଲକ୍ର ୨୭ ଟି ଜିଲ୍ଲା ପରିଷଦ ଆସନରୁ ୧୪ ଟି ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସରଂକ୍ଷିତ ରହିଛି । ଓଡାପଡା ବ୍ଲକ୍ ଜୋନ୍-୧ ଅନୁସୁଚିତ ଜାତି ମହିଳା, ଜୋନ୍-୨ ଅଣସରଂକ୍ଷିତ ମହିଳା, ଜୋନ୍-୩ ଅନୁସୁଚିତ ମହିଳା ଙ୍କ ଲାଗି ସରଂକ୍ଷିତ ରହିଛି । କଙ୍କଡାହାଡ ବ୍ଲକ୍ ଜୋନ୍-୧ ଅନୁସୁଚିତ ଜାତି, ଜୋନ୍-୨ ଅନୁସୁଚିତ ଜନଜାତି ମହିଳା, ଜୋନ୍-୩ ଅନୁସୁଚିତ ଜନଜାତି ମହିଳା ବର୍ଗଙ୍କ ଲାଗି, କାମାକ୍ଷାନଗର ଜୋନ୍-୧ ଅଣସରଂକ୍ଷିତ, ଜୋନ୍-୨ ଅଣସରଂକ୍ଷିତ ମହିଳା, ଜୋନ୍-୩ ଅଣସରଂକ୍ଷିତ ମହିଳା, ଗଁଦିଆ ଜୋନ୍-୧ ଅଣସରଂକ୍ଷିତ, ଜୋନ୍-୨ ଅଣସରଂକ୍ଷିତ, ଜୋନ୍-୩ ଅନୁସୁଚିତ ଜନଜାତି ମହିଳା, ଜୋନ୍-୪ ଅନୁସୁଚିତ ଜନଜାତି ବର୍ଗଙ୍କ ଲାଗି ସରଂକ୍ଷିତ ରହିଥିବା ଜଣାପଡିଛି । ଢେଙ୍କାନାଳ ଜୋନ୍-୧ ପଛୁଆ ବର୍ଗ ବହିଳା, ଜୋନ୍-୨ ଅଣସରଂକ୍ଷିତ ମହିଳା, ଜୋନ୍-୩ ଅଣସରଂକ୍ଷିତ, ଜୋନ୍-୪ ପଛୁଆ ବର୍ଗଙ୍କ ପାଇଁ ରହିଛି ।
ପର୍ଜଙ୍ଗ ବ୍ଲକ୍ ଜୋନ୍-୧ ଅଣସରଂକ୍ଷିତ, ଜୋନ୍-୨ ପଛୁଆ ବର୍ଗ, ଜୋନ୍-୩ ପଛୁଆ ବର୍ଗ ମହିଳା, ଭୁବନ ବ୍ଲକ୍ ଜୋନ୍-୧ ଅଣସରଂକ୍ଷିତ, ଜୋନ୍-୨ ଅଣସରଂକ୍ଷିତ ମହିଳା, ଜୋନ୍-୩ ଅଣସରଂକ୍ଷିତ ମହିଳା, ହିନ୍ଦୋଳ ଜୋନ୍-୧ ଅଣସରଂକ୍ଷିତ, ଜୋନ୍-୨ ଅନୁସୁଚିତ ଜାତି, ଜୋନ୍-୩ ଅଣସରଂକ୍ଷିତ ମହିଳା, ଜୋନ୍-୪ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସରଂକ୍ଷିତ ରହିଛି । ସେହିପରି ବ୍ଲକ୍ ଅଧ୍ୟକ୍ଷ ଲାଗି କଙ୍କଡାହାଡ ଅନୁସୁଚିତ ଜନଜାତି ମହିଳା, ଗଁଦିଆ ଅନୁସୁଚିତ ଜାତି, ଢେଙ୍କାନାଳ ସଦର ପଛୁଆ ବର୍ଗ ମହିଳା, ପର୍ଜଙ୍ଗ ଅଣସରଂକ୍ଷିତ ମହିଳା, ହିନ୍ଦୋଳ ଅନୁସୁଚିତ ଜାତି ମହିଳାଙ୍କ ଲାଗି ରହିଛି । ଏ ସଂପର୍କରେ ଜିଲ୍ଲା ପଂଚାୟତ ଅଧିକାରୀ ଚନ୍ଦ୍ରଶେଖର ମହାରଣା ସୁଚନା ଦେଇଛନ୍ତି ଯେ, ସରପଂଚ, ସମିତିସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ଏବଂ ୱାର୍ଡମେମ୍ବର ପଦବୀ ଲାଗି ସରଂକ୍ଷଣକୁ ନେଇ ଆସନ୍ତା ୧୬ ତାରିଖ ମଧ୍ୟରେ ଅଭିଯୋଗ କରିପାରିବେ । ଏହାର ଶୁଣାଣି ଆସନ୍ତା ୨୧ ତାରିଖରେ ହେବ ବୋଲି ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାପରିଷଦ ଅଧକ୍ଷ୍ୟ ପାଇଁ ୧୮ ତାରିଖ ଭିତରେ ଅଭିଯୋଗ ଗ୍ରହଣ କରାଯିବା ପରେ ୨୨ ରେ ଏହାର ଶୁଣାଣି କରାଯିବ । ଆସନ୍ତା ୩୦ ତାରିଖରେ ଚୁଡାନ୍ତ ତାଲିକା ପ୍ରକାଶ ହେବ ବୋଲି ସୁଚନା ମିଳିଛି ।