28.1 C
Bhubaneswar
Thursday, September 19, 2024
Homeଅପରାଧମାତ୍ର ୧୫୦୦ ଟଙ୍କା ପାଇଁ ଉଲଗ୍ନ କରି ପିଟିଲେ

ମାତ୍ର ୧୫୦୦ ଟଙ୍କା ପାଇଁ ଉଲଗ୍ନ କରି ପିଟିଲେ

ପାଟନା : ମାତ୍ର ୧୫୦୦ଟଙ୍କା ପାଇଁ ଦଳିତ ମହିଳାଙ୍କ ସହ ବର୍ବରତା । ଧାର ଟଙ୍କା ଫେରାଇ ନପାରିବାରୁ ମହିଳାଙ୍କୁ ନିର୍ବସ୍ତ୍ର କରି ପିଟିଲେ। ଏତିକି କରି ମନ ନଭରିବାରୁ ମହିଳାଙ୍କୁ ନିଜ ପରିସ୍ରା ପିଆଇଲେ । କାନ୍ଦି କାନ୍ଦି ଚିତ୍କାର କରୁଥିଲେ ମହିଳା କିନ୍ତୁ ଶୁଣିବାକୁ କେହି ନଥିଲେ । ଅଭିଯୁକ୍ତଙ୍କ କବଳରୁ ବାହାରି ପାରୁ ନଥିଲେ ମହିଳା । ସେ ଏକାକୀ କଣ ବା କରି ପାରିଥାନ୍ତେ । ତେବେ ଏଭଳି ଅମାନୁଷିକ ଘଟଣା ବିହାର ରାଜଧାନୀ ପାଟନାରେ ଘଟିଛି । ଏଭଳି ଅମାନବୀୟ କାଣ୍ଡ ଘଟାଇବାକୁ ପଛାଇଲେନି କିଛି ଦୁବୃର୍ତ୍ତ । ଧାର ଓ ସୁଧ ଟଙ୍କା ସୁଝେଇ ନପାରିବାରୁ ଦଳିତ ମହିଳାଙ୍କୁ ନିର୍ବସ୍ତ୍ର କରି ପିଟିଲେ । ଏହି ମାରପିଟରେ ଫାଟିଗଲା ମହିଳାଙ୍କ ମୁଣ୍ଡ । ସୂଚନା ଅନୁସାରେ ପାଟନା ସହରର ଖୁସରୁପୁର ଥାନା ଅଧିନସ୍ଥ ଗାଁରେ ଏକ ଆଦିବାସୀ ଗୋଷ୍ଠି ରହୁଛନ୍ତି । ଏଠାରେ ରହୁଥିବା ଉକ୍ତ ମହିଳା କିଛି ଦିନ ପୂର୍ବରୁ ଗାେଁର ରହୁଥିବା ପ୍ରମୋଦ ସିଂ ନାମକ ବ୍ୟକ୍ତି ଠାରୁ ୧୫୦୦ ଟଙ୍କା ଧାର ନେଇଥିଲେ ।

ପିଡ଼ିତା ମହିଳାଙ୍କ ଅନୁସାରେ ସେ ପୂର୍ବରୁ ହିଁ ପ୍ରମୋଦଙ୍କୁ ୧୫୦୦ ଟଙ୍କା ସହିତ ସୁଧ ଟଙ୍କା ବି ଫେରାଇଥିଲେ । କିନ୍ତୁ ପ୍ରମୋଦ ବାରମ୍ବାର ୧୫୦୦ ଟଙ୍କା ପାଇଁ ମହିଳାଙ୍କ ପାଖକୁ ଆସୁଥିଲା । ତେବେ ଶନିବାର ସକାଳେ ପ୍ରମୋଦ ମହିଳାଙ୍କୁ ମାରପିଟ କରିବା ସହ ନିର୍ବସ୍ତ୍ର କରି ଗାଁରେ ବୁଲାଇବାର ଧମକ ମଧ୍ୟ ଦେଇଥିଲା । ମହିଳା ଏବଂ ତାଙ୍କ ପରିବାର ଲୋକ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ସେହି ଦିନ ରାତି ପ୍ରାୟ ୧୦ଟା ସମୟରେ ମହିଳା ଘରୁ ବାହାରିବା ସମୟରେ ହିଁ ପ୍ରମୋଦ ନିଜ ପୁଅ ଅଂଶୁ ଏବଂ ଅନ୍ୟ ୪ ଜଣଙ୍କ ସହ ମହିଳାଙ୍କୁ ଧରିଥିଲା । ପ୍ରମୋଦ ମହିଳାଙ୍କୁ କହିଥିଲା ତୋ ସ୍ୱାମୀ ମୋ ପାଖରେ ଅଛି । ଯଦି ତୁ ଆମ ସହ ନ ଯିବୁ ତୋ ସ୍ୱାମୀକୁ ଆମେ ମାରିଦେବୁ । ମହିଳା ଏଭଳି କଥାରେ ଡରି ଯାଇଥିଲେ ଏବଂ ନିଜ ସ୍ୱାମୀକୁ ବଞ୍ଚାଇବା ପାଇଁ ସେ ଅଭିଯୁକ୍ତମାନଙ୍କ ସହ ଚାଲି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking