29.1 C
Bhubaneswar
Wednesday, April 15, 2026
Homeଅପରାଧମହିଳାଙ୍କୁ ଗଳାକାଟି ହତ୍ୟା

ମହିଳାଙ୍କୁ ଗଳାକାଟି ହତ୍ୟା

କଟକ : କଟକରେ ଶୁକ୍ରବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରୁ ଘର ଭିତରୁ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ପ୍ରିୟତମା ଦଳାଇ ବୋଲି ଜଣାପଡ଼ିଛି। ଖବର ପାଇ ସିଆରଆରଆଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ପଡ଼ୋଶୀ ସନ୍ତୋଷ ସିଂହା ପ୍ରିୟତମାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ପୁଲିସ ସନ୍ଦେହ କରୁଛି। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବା ପୁଲିସ ଜାଣିବାକୁ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking