28.1 C
Bhubaneswar
Sunday, September 29, 2024
Homeଅପରାଧମହିଳାଙ୍କୁ ଗଳା କାଟି ହତ୍ୟା

ମହିଳାଙ୍କୁ ଗଳା କାଟି ହତ୍ୟା

ଛତ୍ରପୁର : ଛତ୍ରପୁର ଥାନା ବିପୁଳିଙ୍ଗୀ ବଡ଼ ସାହିରେ ବିଭତ୍ସ ହତ୍ୟାକାଣ୍ଡ। ମହିଳାଙ୍କୁ ଗଳା କାଟି ହତ୍ୟା। ଘର ଛାତ ପଟେ କିଛି ଦୁର୍ବୃତ୍ତ ଆସି ହତ୍ୟା କରିଥିବା କୁହାଯାଉଛି। ମହିଳା ଜଣଙ୍କ ଏକୁଟିଆ ରହିଥିବା ବେଳେ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିଛି। ସୂଚନାନୁଯାୟୀ, ଛତ୍ରପୁର ଥାନା ବିପୁଳିଙ୍ଗୀ ବଡ଼ ସାହିର ରାଧାସ୍ୱାମୀ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ (୫୧ ବର୍ଷ)ଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଛନ୍ତି। ଘର ଛାତ ପଟେ କିଛି ଦୁର୍ବୃତ୍ତ ଆସି ହତ୍ୟା କରିଛନ୍ତି। ପ୍ରତିଦିନ ପରି ଗତକାଲି ରାତି ୧୦ଟା ବେଳେ ସ୍ୱାମୀ ରାଧାସ୍ୱାମୀ ଚୌଧୁରୀ ଘରୁ ତାଙ୍କ ଦୋକାନ ଘରକୁ ଯାଇଥିଲେ। ଆଜି ସକାଳୁ ୬ଟା ବେଳେ ଘରେ ପହଞ୍ଚିଲା ବେଳେ ଘରର କବାଟ ପଡିବା ଶହ ଶିକୁଳି ଲାଗିଥିବା ଦେଖିଥିଲେ। ୨ଟି କବାଟର ଶିକୁଳି ଖୋଲି ଘର ଭିତରକୁ ଗଲାବେଳକୁ ସ୍ତ୍ରୀର ରକ୍ତାକ୍ତ ଏବଂ ଉଲଗ୍ନ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ରହିଥିବା ଗଡରେଜ୍ ଖୋଲା ରହିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ଏସଡିପିଓ ଗୌତମ କିଷାନ ଏବଂ ଛତ୍ରପୁର ଆଇଆଇସି ପହଞ୍ଚି ଅନୁସନ୍ଧାନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking