25.1 C
Bhubaneswar
Saturday, February 7, 2026
Homeଓଡିଶାମହିଳାଙ୍କୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଲୁଟିଲେ ଦୁର୍ବୃତ୍ତ

ମହିଳାଙ୍କୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଲୁଟିଲେ ଦୁର୍ବୃତ୍ତ

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ନାୟକାଣିଡିହିରେ ବିଳମ୍ବିତ ରାତିରେ ଘରେ ପଶି ଶସସ୍ତ୍ର ଡକାୟତି। ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି କରାଯାଇଥିବାବେଳେ ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୂଯାୟୀ  ୨ଟା ସମୟର ଦୁଇ ଜଣ ଲୁଟେରା ମୁହଁରେ କଳା ମୁଖା ପିନ୍ଧି କମଳାକାନ୍ତଙ୍କ ଘରେ ପଶି ଲୁଟ କରିବା କମଳାକାନ୍ତ ସାହୁଙ୍କ ଘରେ ପସିଥିଲେ। ରକ୍ତ ଯୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଲକ୍ଷ୍ମୀପ୍ରିୟାଙ୍କ ଅବସ୍ଥା ସଙ୍କଟାପନ ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣ ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking