ମୁମ୍ବାଇ : ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କାଠଗଡ଼ାରେ ଆଉ ଜଣେ ପତିହନ୍ତା ନାରୀ । ସ୍ବାମୀକୁ ମାରି ଘର ଟାଇଲ ତଳେ ପୋତି ଦେଲା । କାହାର ଯେମିତି ସନ୍ଦେହ ନହେବ ଏଥିପାଇଁ ସେ ଟାଇଲ ବଦଳାଇ ଦେଲା । ମୁମ୍ବାଇର ନାଲା ସୋପାରାରେ ପୁଣି ଆଉ ଜଣେ ପତ୍ନୀ ତା ସ୍ୱାମୀକୁ ମାରି ଦେଇଛି । ଆଉ ଏ ମହିଳା ଜଣକ ସୋନମ ଓ ମୁସ୍କାନ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ସେ ତା ପ୍ରେମିକ ସହିତ ମିଶି ତା ସ୍ୱାମୀକୁ ହତ୍ୟା କରିଛି । ଶାଶୁ, ଶ୍ୱଶୁର ଘରେ ନଥିବାର ସୁଯୋଗ ନେଇ ପ୍ରେମିକକୁ ଡାକି ସ୍ୱାମୀର ହତ୍ୟା କଲା । ଧରାପଡ଼ିବା ଭୟରେ ମହିଳା ଜଣକ ମୃତଦେହକୁ କେଉଁଠି ନ ଫିଙ୍ଗି ଘରେ ଏକ ଗାତ ଖୋଳି ପୋତି ଦେଇଥିଲା । ତେବେ ଚାଲନ୍ତୁ ପୁରା ଘଟଣା ବିଷୟରେ ଜାଣିବା । ଦର୍ଶକ ବନ୍ଧୁ ଏହି ମାମଲା ମେରଠର ମୁସ୍କାନ-ସୌରଭ ଘଟଣା ଠାରୁ ଆହୁରି ଅଧିକ ଭୟଙ୍କର ।
ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଜଣେ ମହିଳା ତା ପ୍ରେମିକ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ଘର ଭିତରେ ପୋତି ଦେଇଥିଲା । ପୋଲିସର କହିବା ଅନୁଯାୟୀ, ୩୫ ବର୍ଷୀୟ ବିଜୟ ଚଭନ, ଗତ ୧୫ ଦିନ ଧରି ନିଖୋଜ ଥିଲେ । ସେ ମୁମ୍ବାଇରୁ ପ୍ରାୟ ୭୦ କିଲୋମିଟର ଦୂର ନାଲାସୋପାରା ପୂର୍ବର ଗଡଗାପଡ଼ା ଅଞ୍ଚଳରେ ତାଙ୍କ ୨୮ବର୍ଷୀୟା ପତ୍ନୀ କୋମଲ ଚଭନଙ୍କ ସହିତ ରହୁଥିଲେ । ସୋମବାର ସକାଳେ, ବିଜୟଙ୍କ ଭାଇମାନେ ତାଙ୍କୁ ଖୋଜି ଖୋଜି ତାଙ୍କ ଘରକୁ ଯାଇଥିଲେ । ସେଠାରେ ସେମାନେ ଘରର ଟାଇଲଗୁଡ଼ିକ ବଦଳିଥିବା ଦେଖି ସନ୍ଦେହ କରିଥିଲେ । ପରେ ଯେତେବେଳେ ସେମାନେ ସେହି ଟାଇଲ୍ସଗୁଡ଼ିକୁ କାଢ଼ିଦେଲେ, ସେତେବେଳେ ଭୀଷଣ ଦୁର୍ଗନ୍ଧରେ ଘର ପୂରି ଯାଇଥିଲା । ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ ସେମାନେ । ପୋଲିସ ଆସି ଛାନଭିନ କରି ଟାଇଲ ତଳେ ପୋତା ଯାଇଥିବା ବିଜୟଙ୍କର ମୃତଦେହକୁ ଉଦ୍ଧାର କରିଥିଲା ।









