23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଟ୍ରେନ ଧକ୍କାରେ ମହିଳା ମୃତ

ଟ୍ରେନ ଧକ୍କାରେ ମହିଳା ମୃତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଘଟିଛି ଏକ ବଡ ଅଘଟଣ। ଟ୍ରେନ୍‌ ଧକ୍କାରେ ଜଣେ ମହିଳା ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ମତ୍ସ୍ୟଜୀବୀ ଜଣକ ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ବି. ଦାନାମ୍ମା ବୋଲି (୫୬) ବୋଲି ଚିହ୍ନଟ କରାଯାଇଛି। ଦାନାମ୍ମା ଛତ୍ରପୁରରୁ ବାଲୁଗାଁ ମାଛ ବିକ୍ରି କରିବାକୁ ଯିବା ପାଇଁ ଛତ୍ରପୁର ଷ୍ଟେସନ ଆସିଥିବା ବେଳେ ପଛପଟୁ ଏକ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ରେଲଓ୍ବେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ କ୍ଷତିପୂରଣ ପ୍ରଦାନ ପାଇଁ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଯୁବନେତା ଏନ. ଦୀନବନ୍ଧୁ ଓ କେ. ଦାଶରଥିଙ୍କ ସମେତ ଗ୍ରାମବାସୀ ଓ ପରିବାରବର୍ଗ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking