28.1 C
Bhubaneswar
Saturday, March 7, 2026
Homeଦେଶ ବିଦେଶସ୍ୱାମୀଙ୍କୁ ବଞ୍ଚାଇବାକୁ କୂଅକୁ ଡେଇଁ ପଡ଼ିଲେ ସ୍ତ୍ରୀ

ସ୍ୱାମୀଙ୍କୁ ବଞ୍ଚାଇବାକୁ କୂଅକୁ ଡେଇଁ ପଡ଼ିଲେ ସ୍ତ୍ରୀ

କେରଳ: ପୁଣି ଜଣେ ସାବିତ୍ରୀ ନିଜ ସ୍ଵାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଆଣିଛନ୍ତି । କୂଅରେ ପଡିଥିବା ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ୪୦ ଫୁଟର ଗଭୀର କୂଅକୁ ମଧ୍ୟ ଖାତିର ନକରି ଡେଇଁ ପଡିଥିଲେ ସ୍ତ୍ରୀ । ସ୍ବାମୀଙ୍କୁ ଏଭଳି ଅବସ୍ଥାରେ ଦେଖି ଜୀବନକୁ ବାଜି ଲଗାଇ ଦେଇଥିଲେ ସ୍ତ୍ରୀ । ଏଭଳି ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । କେରଳର ଏର୍ନାକୁଲମରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ  ୪୦ ଫୁଟ ଗଭୀର କୂଅ ଭିତରକୁ ପଶିଥିଲେ । ୬୪ ବର୍ଷୀୟ ସ୍ବାମୀ ଚେତାଶୂନ୍ୟ ହୋଇ କୂଅରେ ପଡିବା ପରେ ମହିଳା ଜଣଙ୍କ ଏଭଳି ଏକ ପଦକ୍ଷେପ ନେଇଥିଲେ । ପୁରା ଘଟଣାଟି ଏପରି, ପିରାଭୋମ୍ ମ୍ୟୁନିସିପାଲିଟିର ଇଲାଞ୍ଜିକଭିଲର ବାସିନ୍ଦା ଅବସରପ୍ରାପ୍ତ ପୋଲିସ ଅଧିକାରୀ ତାଙ୍କ ଅଗଣାରେ  ଥିବା ଏକ କୂଅ ପାଖରେ ଠିଆ ହୋଇ ଲଙ୍କା ତୋଳୁଥିଲେ, ହଠାତ୍ ରାମେସନ ଯେଉଁ ଗଛ ଉପରେ ଠିଆ ହୋଇଥିଲେ ତାର ଡାଳ ଭାଙ୍ଗିଯିବାରୁ ସେ କୂଅରେ ପଡିଗଲେ । କୂଅଟି ପ୍ରାୟ ୪୦ ଫୁଟ ଗଭୀର ଥିଲା ଏବଂ ପ୍ରାୟ ୫ ଫୁଟର ପାଣି କୂଅରେ ଥିଲା। ଏଭଳି ଘଟଣା ଦେଖିବା ପରେ ତାଙ୍କ ସ୍ତ୍ରୀ ପଦ୍ମମ ସାହାସର ସହିତ ଦୌଡି ଯାଇଥିଲେ । ଦୌଡି ସାହାଯ୍ୟରେ କୂଅ ତଳକୁ ଯାଇଥିଲେ । ଏହା ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସ୍ବାମୀ ରାମେଶନଙ୍କୁ ଧରି ରଖିଥିଲେ । ପ୍ରଥମେ ପଦ୍ମମ ତାଙ୍କ ସ୍ବାମୀ କୂଅରେ ପଡିଯିବା ପରେ ତାଙ୍କୁ ବାହାରକୁ ଆଣିବା ପାଇଁ ଏକ ପ୍ଲାଷ୍ଟିକ ରଶି ପକାଇଥିଲେ, କୂଅରେ ପଡିବା ପରେ ସେ ଆହତ ଅବସ୍ଥାରେ ଥିଵା ହେତୁ ରଶି ଦ୍ବାରା ଉଠିପାରିନଥିଲେ । ଏହା ପରେ ପଦ୍ମମ ପାଖରେ ଥିବା ସମ୍ପର୍କୀୟଙ୍କୁ ଅଗ୍ମିଶମ ବାହିନୀକୁ ତୁରନ୍ତ ଡାକିବାକୁ କହିଲେ ଏବଂ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ନିଜେ କୂଅ ଭିତରକୁ ଓହ୍ଲାଇଥିଲେ । କିନ୍ତୁ କୂଅ ମଧ୍ୟକୁ ଯିବା ପରେ ପଦ୍ମମ ନିଜର କଣ୍ଟ୍ରୋଲ ହରାଇ ଦେଲେ, କାରଣ କୂପର ଚତୁର୍ଥ ରିଙ୍ଗରେ ପହଞ୍ଚିବା ପରେ ସେ ନିଜକୁ ସମ୍ଭାଳି ପାରୁନଥିଲେ । ସେତେ ପର୍ଯ୍ୟନ୍ତ ପଦ୍ମମ ସ୍ବାମୀଙ୍କୁ କୂଅରେ ଦେଖିପାରିନଥିଲେ । ଫଳରେ ସେ ପାଣିକୁ ଡେଇଁବାକୁ ନିଷ୍ପତ୍ତି ନେଲେ । ପରେ ପଦ୍ମମ କୌଣସି ପ୍ରକାରେ ତାଙ୍କ ସ୍ବାମୀଙ୍କୁ ପାଣିରୁ ଟିକିଏ ଉପରକୁ ଉଠାଇ ପାରିଲେ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିବା ଯାଏଁ ତାଙ୍କୁ କାନ୍ଥରେ ଧରି ରଖିଲେ । ଅଗ୍ନିଶମ କର୍ମଚାରୀମାନେ ଦଉଡି ଏବଂ ଜାଲ ସାହାଯ୍ୟରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ଉଭୟଙ୍କୁ ସାମାନ୍ୟ ଆଘାତ ଲାଗିଛି । ସୋସିଆଲ ମିଡିଆରେ ପତ୍ନୀଙ୍କ ସାହାସ ଏବଂ ସ୍ବାମୀଙ୍କ ପ୍ରତି ଥିବା ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking