24.1 C
Bhubaneswar
Tuesday, October 22, 2024
Homeଓଡିଶା୮ ମହଲା କୋଠାରୁ ଖସି ମହିଳାଙ୍କ ମୃତ୍ୟୁ

୮ ମହଲା କୋଠାରୁ ଖସି ମହିଳାଙ୍କ ମୃତ୍ୟୁ

ବାରଙ୍ଗ: ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମରେ ଏକ ନିର୍ମାଣାଧୀନ କୋଠାରୁ ଖସିପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ରଘୁନାଥପୁର ଗ୍ରାମର ସଂଜୀବ ପଣ୍ଡାଙ୍କ ପତ୍ନୀ ଦୀପ୍ତିମୟୀ ଦାଶ(୨୬)। ନନ୍ଦନକାନନ ଥାନା ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ପୁଲିସ ସୂଚନାନୁସାରେ ଦୀପ୍ତିମୟୀ ତାଙ୍କ ଶ୍ବଶୁରଙ୍କ ଏକ ଜମିକୁ ଜଣେ ବିଲ୍‌ଡରଙ୍କୁ ସେୟାରିଂରେ ଦେଇଛନ୍ତି। ସେଠାରେ ୮ ମହଲା କୋଠା ନିର୍ମାଣ ଚାଲିଛି। ଗୁରୁବାର ଅପରାହ୍ଣରେ ଦୀପ୍ତିମୟୀ ପରିବାର ସହ ତାଙ୍କ ଭାଗରେ ପଡ଼ିଥିବା କୋଠା ଦେଖିବାକୁ ଯାଇଥିଲେ। ୮ତାଲାରେ ତାଙ୍କ ଭାଗରେ ପଡ଼ିଥିବା ଘରର ଛାତ କାମ ଚାଲିଥିଲା। ସେ ଛାତ ଉପରେ ବୁଲାବୁଲି କରୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking