32.1 C
Bhubaneswar
Saturday, June 22, 2024
Homeଓଡିଶା୧୧ ଟିକିଆ ହାତୀ ପଲ ଆକ୍ରମଣରେ ମହିଳା ଗୁରୁତର

୧୧ ଟିକିଆ ହାତୀ ପଲ ଆକ୍ରମଣରେ ମହିଳା ଗୁରୁତର

ଦେଓଗଡ : ହାତୀ ଆକ୍ରମଣରେ ମହିଳା ଗୁରୁତର। ଦେଓଗଡ ଜିଲ୍ଲା ରିଆମାଳ ରେଂଜ ନୂଆଡିହି ସେକ୍ସନ ଅନ୍ତର୍ଗତ ସିଆରି ମାଳିଆରେ ଘଟିଛି ଅଭାବନୀୟ ଘଟଣା । ଆହତ ମହିଳା ଜଣଙ୍କ ସେହି ଗ୍ରାମର ମନ୍ଦାକିନୀ ବେହେରା ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ମନ୍ଦାକିନୀ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ପାଖରେ ଥିବା ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଗାଁରେ ଲୁଚି ରହିଥିବା ୧୧ ଟିକିଆ ହାତୀ ପଲ ମନ୍ଦାକିନୀକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲେ । ଏବଂ ମନ୍ଦାକିନୀର ପାଟି ଶୁଣି ସ୍ଥାନୀୟ ଲୋକ ସେଠାରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ଏବଂ ନିକଟସ୍ଥ ଦେବଗଡ ଜିଲ୍ଲାରେ ଭର୍ତ୍ତି କରିଛନ୍ତି । ତେବେ ମନ୍ଦାକିନୀଙ୍କ ଗୋଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏବଂ ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking