ରାଞ୍ଚି : ଝାଡ଼ଖଣ୍ଡର ପାଲାମୁ ଜିଲ୍ଲା ଅନ୍ତର୍ଗତ କରିମାଣ୍ଡି ଗ୍ରାମରେ ଶନିବାର ଜଣେ ମହିଳା ନିଜର ୨ ସନ୍ତାନଙ୍କ ସହ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ପ୍ରଥମେ ୪ ବର୍ଷର ଝିଅ ଓ ଅଢେଇ ବର୍ଷର ପୁଅକୁ ପୋଖରୀ ମଧ୍ୟକୁ ଠେଲିଦେଇଥିଲେ । ପରେ ୬ ମାସର କନ୍ୟା ସନ୍ତାନକୁ କାଖରେ ଧରି ପୋଖରୀକୁ ଡେଇଁ ପଡିଥିଲେ । ତେବେ ଶିଶୁକନ୍ୟାଟି ତାଙ୍କ ହାତରୁ ଖସିପଡିବାରୁ କୁଳରେ ପଡି ବଞ୍ଚିଯାଇଛି । ଆତ୍ମହତ୍ୟାର କାରଣ ଜଣାପଡିନଥିଲେ ସୁଦ୍ଧା ଏହା ପଛରେ ପାରିବାରିକ କଳହ ରହିଥିବା ଅନୁମାନ କରାଯାଉଛି ।