34.1 C
Bhubaneswar
Thursday, June 20, 2024
Homeଦେଶ ବିଦେଶକାରରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ

କାରରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ

ବିହାର : ବିହାରର ସାରଣ ଜିଲ୍ଲାର ଛାପରାରେ ଘଟିଛି ଅଭାବନୀୟ ଘଟଣା । ଚଳନ୍ତା କାରରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ମୁତାବକ, ଜୁନ୍ ୧୩ ତାରିଖ ସକାଳେ ସେ ନିଜ ଶ୍ବଶୁର ଘର ଗଡ଼ଖା ଥାନା ଅନ୍ତର୍ଗତ ମୋରା ବସନ୍ତ ଗାଁରୁ ପତ୍ନୀଙ୍କୁ ଧରି କାରରେ ଅଯୋଧ୍ୟା ଦର୍ଶନ କରିବାକୁ ଯାଇଥିଲେ। ସେହି ସମୟରେ ବିହାରର ସାରଣ ଜିଲ୍ଲାର ଛାପରାରେ ନିକଟରେ ହଠାତ କାରରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ତେବେ ନିଆଁର ପ୍ରଭାବ ଏତେ ଅଧିକ ହୋଇଯାଇଥିଲା ଯେ ମହିଳା ଜଣକ କାର ର ବାହାରକୁ ବାହାରି ପାରି ନ ଥିଲେ। ଫଳରେ ସେ କାର ଭିତରେ ହିଁ ପୋଡି ଯାଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମହିଳାଙ୍କ ସ୍ଵାମୀ ମଧ୍ୟ ଗୁରୁତର ଭାବରେ ପୋଡ଼ି ହୋଇଯାଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ ମହିଳା ହେଲେ ୨୮ ବର୍ଷୀୟା ସୋନି କୁମାରୀ। ତେବେ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking