29.1 C
Bhubaneswar
Saturday, October 5, 2024
Homeଅପରାଧବିବାହର ୭ ବର୍ଷ ପରେ ଗର୍ଭବତୀ ହେଲେ ମହିଳା: ଜନ୍ମଦେଲେ ୫ ଶିଶୁ

ବିବାହର ୭ ବର୍ଷ ପରେ ଗର୍ଭବତୀ ହେଲେ ମହିଳା: ଜନ୍ମଦେଲେ ୫ ଶିଶୁ

ରାଜସ୍ଥାନ: କରୋଲିରେ ଜଣେ ୨୨ ବର୍ଷୀୟ ମହିଳା ୫ଟି ଶିଶୁ ଜନ୍ମଦେଇଥିବା ଜଣାପଡ଼ିଛି । ମହିଳା ଜଣକ ତାଙ୍କ ବିବାହର ୭ ବର୍ଷ ପରେ ଗର୍ଭବତୀ ହୋଇଥିବା ବେଳେ ଏକାଥରେ ୫ଟି ଶିଶୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୩ଟି ଝିଅ ଓ ୨ଟି ପୁଅ ରହିଥିବା ଜଣାପଡ଼ିଛି । ହେଲେ ଜନ୍ମନେବା ପରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ମାସଲପୁର ଅଞ୍ଚଳର ପିପରାନୀ ଗାଁରେ ରେଶମା(୨୫)ଙ୍କ ପତ୍ନୀ ବିବାହର ୭ ବର୍ଷ ପରେ ଗର୍ଭବତୀ ହୋଇଥିଲେ । ରେଶମା ତାଙ୍କ ପତ୍ନୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ସେଠାରେ ସେ ଏକା ବେଳେ ୫ଟି ଶିଶୁକୁ ଜନ୍ମ ଦେଇଥିଲେ । ଜନ୍ମନେଇଥିବା ୫ ଶିଶୁଙ୍କ ମଧ୍ୟରେ ୩ଟି ଶିଶୁକନ୍ୟା ଓ ୨ଟି ଶିଶୁପୁତ୍ର ରହିଥିବା ବେଳେ ସେମାନଙ୍କ ଓଜନ ମାତ୍ର ୩ଶହରୁ ୬ଶହ ଗ୍ରାମ ରହିଥିଲା । ସବୁଠାରୁ ବଡ଼କଥା ହେଉଛି ମହିଳା ଜଣକ ମାତ୍ର ୭ମାସରେ ଏହି ପିଲାମାନଙ୍କୁ ଜନ୍ମ ଦେଇଥିଲେ । ଯାହାଫଳରେ ପିଲାମାନେ ଦୁର୍ବଳ ହୋଇଥିବା ଡାକ୍ତର ମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking