ଦେବଗଡ: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାଡିହ ଗ୍ରାମରେ ସ୍ୱାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ସ୍ବାମୀ ଫେରାର ଥିବାବେଳେ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସଇତାନ ସ୍ବାମୀକୁ ଖୋଜୁଛି। ମୃତ ମହିଳା ଅରଖପାଳ ଗ୍ରାମର ରମେଶ ମାଝୀଙ୍କ ଝିଅ ଚଞ୍ଚଳା ପ୍ରଧାନ l ଗତ ୮ ବର୍ଷ ପୂର୍ବେ ଝରାଡିହ ଗ୍ରାମର ଜଗ ପ୍ରଧାନଙ୍କ ପୁଅ ବିଭୁତି ଭୂଷଣ ପ୍ରଧାନଙ୍କ ସହ ପ୍ରେମ ବିବାହ କରିଥିଲେ l ଗତକାଲି କୌଣସି କାରଣକୁ ନେଇ ପୁଣି ଥରେ ସ୍ତ୍ରୀ ଚଞ୍ଚଳାକୁ ନିସ୍ତୁକ ପିଟିଥିଲା ଅଭିଯୁକ୍ତ l ମାଡ଼ ମାରିବା ଫଳରେ ଗତକାଲି ରାତିରେ ଗୁରୁତର ମହିଳାଙ୍କୁ ଅଭିଯୁକ୍ତ ସ୍ୱାମୀ ଛତାବର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ପରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ l ସ୍ତ୍ରୀ ର ମୃତ୍ୟୁ ଖବର ଜାଣି ପାରି ତିନି ସନ୍ତାନଙ୍କୁ ଡାକ୍ତରଖାନାରେ ମାର ମୃତ ଦେହ ନିକଟରେ ଛାଡି ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି l










