ପୁରୀ : ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାଯ୍ୟକ୍ରମରେ ବୈଠକ ଆରମ୍ଭ ହୋଇଛି । ଉପସ୍ଥିତ ଅଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ୧୯ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଉପସ୍ଥିତ ଅଛନ୍ତି । ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ବୈଠକରେ ସାମିଲ ଅଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବକ୍ତବ୍ୟ ରଖିଛନ୍ତି । କହିଛନ୍ତି , ଜୈବିକ ଉପାୟରେ ଚାଷକୁ ଗୁରୁତ୍ୱ ଦେବା ଜରୁରୀ । ଖାଇବାପିଇବାରେ ଲୋକେ ସଚେତନ ହେବା ଜରୁରୀ । ତୃଣମୁଳସ୍ତରରେ ସ୍ୱାସ୍ଥ୍ୟ ସଚେତନତା ଆବଶ୍ୟକ । ଟେଲି ମେଡିସିନ ଉପରେ କାମ ଚାଲିଛି । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଛି । କୌଣସି କ୍ଷେତ୍ରରେ ଅର୍ଥ ପ୍ରତିବନ୍ଧକ ନୁହେଁ ।










