17.1 C
Bhubaneswar
Tuesday, November 19, 2024
Homeଅପରାଧଠକେଇ ଅଭିଯୋଗରେ ମହିଳା ଗିରଫ

ଠକେଇ ଅଭିଯୋଗରେ ମହିଳା ଗିରଫ

ଭୁବନେଶ୍ୱର:  ଟ୍ରକ କିଣିବା ପରେ ବକେୟା ଟଙ୍କା ପୈଠ ନକରିବା ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ମହିଳାଙ୍କୁ ପାହାଳ ଅଞ୍ଚଳରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ରଶ୍ମିରେଖା ସାହୁ । ତାଙ୍କ ଠାରୁ ଏକାଧିକ ନକଲି ପରିଚୟପତ୍ର ଜବତ ହୋଇଛି । ଏଥିସହ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଅଞ୍ଚଳର ବୈକୁଣ୍ଠ ପାତ୍ର ନାମକ ଜଣେ ବ୍ୟକ୍ତି ଏକ ଟ୍ରକ୍ କିଣିଥିଲେ । ପରେ ତାଙ୍କର ଟ୍ରକ୍ ପରିଚାଳନାରେ ସମସ୍ୟା ଉପୁଜିଥିଲା । ତେଣୁ ସେ ଟ୍ରକ୍‌କୁ ରଶ୍ମିରେଖାଙ୍କୁ କୋର୍ଟ ପେପର୍‌ରେ ଚୁକ୍ତିକରି ବିକ୍ରି କରିଥିଲେ ।

ରଶ୍ମିରେଖା ୬ ମାସର ଏହି ଟ୍ରକ୍‌କୁ ୨୦ଲକ୍ଷ ଟଙ୍କାରେ କିଣିଥିଲେ । ପରେ ୩ଥର ୩୮ହଜାର ଟଙ୍କା ଲେଖାଏ କିସ୍ତି ଦେଇ ମୋବାଇଲ୍ ସ୍ୱିଚ୍ ଅଫ୍ କରି ରହିଯାଇଥିଲେ । ୨୦୨୦ମସିହାରେ ରଶ୍ମିରେଖା ଓ ତାଙ୍କ ସ୍ୱାମୀ ମିଶି କନ୍ଧମାଳରୁ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ବିଶାଖାପାଟନାମ୍‌ରେ ଏନ୍‌ସିବି ହାତରେ ଧରାପଡ଼ିଥିଲେ । ଏହି ମାମଲାରେ ରଶ୍ମିରେଖାଙ୍କ ସ୍ୱାମୀ ଗିରଫ ହୋଇଥିବାବେଳେ ସେ ଫେରାର୍ ହୋଇଯାଇଥିଲେ ।

ଏହାପରେ ଟ୍ରକ ମାଲିକ ବୈକୁଣ୍ଠଙ୍କ ପାଖକୁ ଫାଇନାନ୍ସ ସଂସ୍ଥାରୁ ଟଙ୍କା ପୈଠ କରିବାକୁ ନୋଟିସ୍ ଆସିଥିଲା । ଏନେଇ ବୈକୁଣ୍ଠ ଚନ୍ଦ୍ରଶେଖରପୁର ଥାନାରେ ସମସ୍ତ ତଥ୍ୟପ୍ରମାଣ ସହିତ ଗତ ୨୦ ତାରିଖରେ ଠକେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାର ଅଧିକ ତଦନ୍ତ କରିବାରୁ ରଶ୍ମିରେଖା ନକଲି ପରିଚୟପତ୍ର ଜରିଆରେ ଏକାଧିକ ଲୋକଙ୍କୁ ଠକିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking