25.1 C
Bhubaneswar
Monday, October 21, 2024
Homeଓଡିଶାନାଁ ନନେଇ ଅରୁଣ ଓ ଅତନୁଙ୍କୁ ଧୁମ୍ ଧୁଲେଇ କଲେ ସୌମ୍ୟ

ନାଁ ନନେଇ ଅରୁଣ ଓ ଅତନୁଙ୍କୁ ଧୁମ୍ ଧୁଲେଇ କଲେ ସୌମ୍ୟ

ଭୁବନେଶ୍ୱର: ନାଁ ନନେଇ ଅରୁଣ ଓ ଅତନୁଙ୍କୁ ଧୁମ୍ ଧୁଲେଇ କଲେ ସୌମ୍ୟ । ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବଡ ମନ୍ତବ୍ୟ । ଉତ୍ତର ଦେଇ ସେମାନଙ୍କ ଗୁରୁତ୍ୱ ବଢାଇବାକୁ ଚାହୁଁନି ବୋଲି କହିଲେ ସୌମ୍ୟ । ସେମାନଙ୍କ ପାଖରେ ଶବ୍ଦର ଅଭାବ  ସେଥିପାଇଁ ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି । ତେଣୁ ସେମାନଙ୍କ କଥାର ଉତ୍ତର ଦେଇ ତାଙ୍କ ଗୁରୁତ୍ୱ ବଢାଇବାକୁ ଚାହୁଁନି । ସେମାନେ ଏସବୁ କଥା ମନରୁ କହୁଥିବା ମଧ୍ୟ ବିଶ୍ୱାସ ହେଉନି ।

ଏସବୁ କହିବାକୁ ତାଙ୍କ ଉପରେ କୌଣସି ବ୍ୟକ୍ତିଙ୍କ ଚାପ ପଡୁଛି । ସେମାନେ କହିବାକୁ ବାଧ୍ୟ ହେଉଛନ୍ତି ନହେଲେ ପେଟପାଟଣା ବୁଡିଯିବ । ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ ଆଉ ଥରେ ହରାଇ ପାରନ୍ତି । ଜଣେ ମନ୍ତ୍ରୀ ପଦ ହରାଇ ପୁଣି ସେହି ମନ୍ତ୍ରୀ ପଦ କଥା କହିଲେ । ଆଉ ଜଣେ ମନ୍ତ୍ରୀପଦ ହରାଇବେ ବୋଲି ଡରି କଥା କହୁଛନ୍ତି ।

ଏ ନେତା ଏତେ ଅସହାୟ ଯେ ଯାହା ଉପରୁ କୁହାଯାଉଛି ସେୟା କହୁଛନ୍ତି । ବିଜେଡି ଲୋକ ଜାଣିଛନ୍ତି ଦଳର ସ୍ୱାର୍ଥ ପାଇଁ କଣ ହେବା ଦରକାର । ଦଳର ସ୍ୱାର୍ଥ ପାଇଁ କହୁଛି, କାହା ମନକୁ ନପାଇଲା କିଛି କହିବାର ନାହିଁ । ମୁଁ ବିଜେଡିର ସ୍ୱାର୍ଥ, ଓଡିଶାର ସ୍ୱାର୍ଥ ପାଇଁ କହୁଛି ବୋଲି ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ନବୀନ ବାବୁ ୧୫ ଦିନରେ ମତ ବଦଳାନ୍ତି: ସୌମ୍ୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking