ଭୁବନେଶ୍ୱର : ଜାନୁଆରୀ ୧୨ରୁ ରାଜ୍ୟରେ ସର୍ୱନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବା ସହିତ ପ୍ରକୋପ କମିଯିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଘନକୁହୁଡ଼ି ନେଇ ସୁନ୍ଦରଗଡ, କନ୍ଧମାଳ ଏବଂ କୋରାପୁଟ ଆଦି ୩ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୁତ ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଶୀତ କମିବା ସହ ଘନକୁହୁଡ଼ି ବଢ଼ିବ । ରାସ୍ତାରେ ଦୃଶ୍ୟମାନ କ୍ଷମତା କମ ରହିବ ।