ନୂଆଦିଲ୍ଲୀ: ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ଡିସେମ୍ବର ୩ରେ ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେଉଥିବାବେଳେ ଏହାର କିଛିଦିନ ବ୍ୟବଧାନରେ ଏହି ଅଧିବେଶନ ଆରମ୍ଭ ହୋଇପାରେ । ଉକ୍ତ ଅଧିବେଶନରେ ଆଇପିସି, ସିଆର୍ପିସି ଓ ଏଭିଡେନ୍ସ ଆକ୍ଟ ପରିବର୍ତ୍ତନ ସଂକ୍ରାନ୍ତ ବିଲ୍ ସମେତ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି ।
ଏହାବ୍ୟତୀତ ମୁଖ୍ୟ ନିର୍ବାଚନ କମିଶନର, ନିର୍ବାଚନ କମିଶନର ଏବଂ କ୍ୟାବିନେଟ୍ ସଚିବଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍ ମଧ୍ୟ ଆଗତ ହେବ । ସାଧାରଣତଃ ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଡିସେମ୍ବର ୨୪ ପର୍ଯ୍ୟନ୍ତ ଚାଲିଥାଏ ।