32.1 C
Bhubaneswar
Saturday, October 19, 2024
Homeଖେଳୱିଣ୍ଟର୍ ଅଲିମ୍ପିକ୍ସ : ମାସ୍କ ପିନ୍ଧି ଖେଳିଲେ ରୁଷିଆ ଓ କାନାଡା ହକି ଖେଳାଳି

ୱିଣ୍ଟର୍ ଅଲିମ୍ପିକ୍ସ : ମାସ୍କ ପିନ୍ଧି ଖେଳିଲେ ରୁଷିଆ ଓ କାନାଡା ହକି ଖେଳାଳି

ବେଜିଂ : ଚଳିତ ୱିଣ୍ଟର୍ ଅଲିମ୍ପିକ୍ସର ୨୪ତମ ସଂସ୍କରଣରେ ତୃତୀୟ ଦିନ ସୋମବାର ରୁଷିଆ ଓ କାନାଡା ମହିଳା ହକି ଟିମ୍‌ର ସଦସ୍ୟମାନେ ମୁହଁରେ ମାସ୍କ ଲଗାଇ ଖେଳୁଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଟି ସଦସ୍ୟ ବାୟୋ ବବଲ୍ ପରିବେଶରେ ରହିଥିବା ସତ୍ତ୍ୱେ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଉଭୟ ଦଳର ଖେଳାଳିମାନେ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଥିଲେ । ସୋମବାର ସକାଳ ସୁଦ୍ଧା କାନାଡା ଟିମ୍‌୍‌ର ଖେଳାଳିଙ୍କ କୋଭିଡ୍ ଟେଷ୍ଟ୍ ରିପୋର୍ଟ ହସ୍ତଗତ ହୋଇ ନ ଥିବାରୁ ମ୍ୟାଚ୍‌ଟି ପାଖାପାଖି ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା ।

ରୁଷିଆ ଦଳର ଖେଳାଳିମାନେ ନିର୍ଦ୍ଧାରିତ ସମୟରେ ଆଇସ୍ ହକି ଫିଲ୍‌ଡରେ ପହଞ୍ଚିଥିଲେ ହେଁ ସେମାନଙ୍କୁ ପ୍ରତିପକ୍ଷ କାନାଡା ଖେଳାଳିଙ୍କ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା । ପରେ ପାଖାପାଖି ଘଣ୍ଟାଏ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା । ସେତେବେଳକୁ ବି ରିପୋର୍ଟ ଆସି ନ ଥିବାରୁ ରୁଷିଆ ଖେଳାଳିମାନେ ମୁହଁରେ ମାସ୍କ ପିନ୍ଧି ଖେଳିଥିଲେ । କାରଣ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ରେ କୌଣସି ସଂକ୍ରମିତ ଖେଳାଳି ଥିଲେ, ତାଙ୍କଠାରୁ କୋଭିଡ୍ ଭୂତାଣୁ ରୁଷୀୟ ଖେଳାଳିଙ୍କୁ ସଂକ୍ରମିତ ହେବ ନାହିଁ ।

ଏହି ମ୍ୟାଚ୍‌ଟିରେ କାନାଡା ୬-୧ରେ ବିଜୟୀ ହୋଇଥିଲା । ପ୍ରତିଯୋଗିତାରେ ଭାଗନେଉଥିବା ପ୍ରତିଟି ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରତିଦିନ ଟେଷ୍ଟିଂ ବାଧ୍ୟତାମୂଳକ ଥିବା ବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବା ବେଳେ ପ୍ରତିଯୋଗୀମାନେ ମାସ୍କ ପିନ୍ଧିବାର ନିୟମ ନାହିଁ । କିନ୍ତୁ ରୁଷିଆ-କାନାଡା ହକି ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ପ୍ରତିଯୋଗିତାରେ ଖେଳାଳିମାନେ ମାସ୍କ ପିନ୍ଧି ଅବତୀର୍ଣ୍ଣ ହୋଇଥିବା ପରି ଏକ ଭିନ୍ନ ଦୃଶ୍ୟ ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking