18.1 C
Bhubaneswar
Friday, November 22, 2024
Homeଓଡିଶାଶୀତ କମିଛି କୁହୁଡି ଅସ୍ତବ୍ୟସ୍ତ କରୁଛି

ଶୀତ କମିଛି କୁହୁଡି ଅସ୍ତବ୍ୟସ୍ତ କରୁଛି

ଭୁବନେଶ୍ବର: ଟୁଇନସିଟିରେ ଘନ କୁହୁଡ଼ି । ଭୁବନେଶ୍ବର ଓ କଟକରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୧୦ ମିଟର ରହିଥିବା ରେକର୍ଡ଼ କରାଯାଇଛି । ଭାରତର ମଧ୍ୟ ଭାଗରେ ଥିବା ଗୁରୁଚାପ ବଳୟ ବର୍ତ୍ତମାନ ଉପକୂଳ ନିକଟବର୍ତ୍ତୀ ରହିଛି। ଫଳରେ ରାଜ୍ୟକୁ ଯଥେଷ୍ଟ ପରିମାଣରେ ଜଳୀୟବାଷ୍ପ ପ୍ରବେଶ କରୁଛି। ଯାହାକୁ ନେଇ ଆଜିଠାରୁ ରାଜ୍ୟରେ କୁହୁଡି ବୃଦ୍ଧି ପାଇଛି। ଉପକୂଳ ଓଡ଼ିଶାରେ ସକାଳୁ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହୋଇଛି। ଏହା ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ୭ଡିଗ୍ରୀ ରହିଥିଲା ତାପମାତ୍ରା।

ସେପଟେ ଉତ୍ତର ଭାରତରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ । ପଞ୍ଜାବ, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ୟୁପିରେ ଶୀତ ପ୍ରକୋପ ସାମାନ୍ୟ କମ୍ ରହିଥିଲେ ବି କୁହୁଡ଼ି ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି । ଲୋ ଭିଜିବିଲିଟି ଯୋଗୁ ବାଧାପ୍ରାପ୍ତ ହୋଇଛି ଟ୍ରେନ ଓ ବିମାନ ସେବା। ତାପମାତ୍ରା ସାମାନ୍ୟ ବଢ଼ିଥିଲେ ବି ପାହାଡ଼ି ଇଲାକାରେ ପ୍ରବଳ ତୁଷାରପାତ ଯୋଗୁ ଥଣ୍ଡା ପବନ ବହୁଛି । ଦିଲ୍ଲୀ ସମେତ ଲକ୍ଷ୍ନୗ, କାନପୁରରେ ବି ଘନ କୁହୁଡ଼ି ଆସ୍ତରଣ ଦେଖାଯାଇଛି । ଉତ୍ତର ଭାରତରେ ଚଳିତ ସପ୍ତାହରେ ତାପମାତ୍ରା ସାମାନ୍ୟ ବଢ଼ିଥିଲେ ବି ଆସନ୍ତା ସପ୍ତାହରେ ଏହା ରେକର୍ଡ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking