ଭୁବନେଶ୍ୱର: ବାତ୍ୟାର ଦକ୍ଷିଣ ଓଡିଶା ବେଶୀ ପ୍ରଭାବିତ ହେବାର ଆଶଙ୍କା ରହିଛି । ଦକ୍ଷିଣ ଓଡିଶା ଉପକୂଳରେ ବର୍ଷା ସହିତ ୨୭ ସନ୍ଧ୍ୟାରୁ ପବନ ଆରମ୍ଭ ହୋଇଯିବ । ୨୭ ସନ୍ଧ୍ୟାରୁ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୨୮ ତାରିଖ ବେଳକୁ ପବନ ଗେବ ୬୦ରୁ ୭୦ କିମିକୁ ବଢିବ । ବେଳେବେଳେ ପବନର ବେଗ ୮୦ କିମି ଛୁଇଁବା ସମ୍ଭାବନା ରହିଛି । ୨୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ରହିବ । ଉତ୍ତର ଓଡିଶା ଉପକୂଳରେ ମଧ୍ୟ ୨୮ ଓ ୨୯ରେ ପବନ ବହିବ । ଉତ୍ତର ଓଡିଶା ଉପକୂଳରେ ୪୦ରୁ ୫୦ କିମି ପବନ ସମ୍ଭାବନା ରହିଛି ।










