ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ଭୀଷଣ ଯୁଦ୍ଧ ଭିତରେ ଇରାନର ଶକ୍ତିଶାଳୀ ସେନା ସଂଗଠନ ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍(ଆଇଆରଜିସି) ଏକ ବୟାନ ଜାରି କରିଛି। ଆଇଆରଜିସିର ବୟାନକୁ ନେଇ ପୁରା ଦୁନିଆ ଚିନ୍ତାରେ ବଢିଯାଇଛି। ଆଇଆରଜିସି ପ୍ରତିଜ୍ଞା ନେଇଛି ସେ ନିଜର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପ୍ରତିଶୋଧ ନେବା ପାଇଁ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଖୋଜିକି ମାରିବ। ଇରାନୀ ଗାର୍ଡସ ନିଜର ଓ୍ବେବସାଇଟ୍ ସେପାହ ନ୍ୟୁଜରେ ବୟାନ ଜାରି କରି କହିଛନ୍ତି,ଯଦି ପିଲାଙ୍କ ଜୀବନ ନେଉଥିବା ଅପରାଧୀ ବଞ୍ଚିଛି,ତେବେ ଆମେ ପୁରା ଶକ୍ତି ଲଗାଇ ତା’ର ପିଛା କରିବୁ ଓ ତାଙ୍କୁ ମାରିବୁ।’
ଏକ ବାର୍ତ୍ତାରେ ଆଇଆରଜିସି କମାଣ୍ଡର କହିଛନ୍ତି,୨୮ ଫେବୃଆରୀରେ ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ହତ୍ୟାର ଏକ ଏଭଳି ଅପରାଧ ରହିଛି,ଯାହାର ହିସାବ ନେତାନ୍ୟାହୁଙ୍କୁ ନିଜର ଜୀବନ ଦେଇ ସୁଝିବାକୁ ହେବ। ସେଭଳି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ଶନିବାର କହିଛନ୍ତି,ତେହରାନ ସହ ଯୁଦ୍ଧ ଏପର୍ଯ୍ୟନ୍ତ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପ୍ରବେଶ କରୁଛି। ସେ ଇରାନର ଖାର୍ଗ ଦ୍ୱୀପରେ ଥିବା ତୈଳ ଆମଦାନୀ କେନ୍ଦ୍ର ଉପରେ ଆମେରିକା ଦ୍ବାରା କରାଯାଇଥିବା ଆକ୍ରମଣର ପ୍ରଶଂସା କରିଛନ୍ତି,ଯାହାଙ୍କୁ ଓ୍ବାଶିଂଟନ୍ ସେନା ଟାର୍ଗେଟ କରିଥିଲା। କାଟଜ୍ ଏକ ସାକ୍ଷାତକାରରେ କହିଛନ୍ତି, ଇରାନ ବିରୋଧରେ ବିଶ୍ବ ଓ ଆଞ୍ଚଳିକ ସଂଘର୍ଷର ନେତୃତ୍ବ ଆମେରିକା ରାଷ୍ଟ୍ରପତି ଡୋନଲ୍ଡୋ ଟ୍ରମ୍ପ ଓ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କରୁଛନ୍ତି। ଏହା ଏବେ ଆହୁରି ଦ୍ରୁତ ଗତିରେ ହେବ ଓ ନିର୍ଣ୍ଣାୟକ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହି ସଂଘର୍ଷ ସେ ପର୍ଯ୍ୟନ୍ତ ଜାରି ରହିବ,ଯେଉଁ ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଛି।










