20.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶତେଲେଙ୍ଗାନାରେ ମୁସ୍‌ଲିମ୍ ସଂରକ୍ଷଣ ବନ୍ଦ କରିବୁ: ଶାହ

ତେଲେଙ୍ଗାନାରେ ମୁସ୍‌ଲିମ୍ ସଂରକ୍ଷଣ ବନ୍ଦ କରିବୁ: ଶାହ

ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ ତେବେ ମୁସ୍‌ଲିମ୍ ସଂରକ୍ଷଣ ବନ୍ଦ କରିଦେବୁ । ଚେଭେଲ୍ଲାରେ ଏକ ଜନସଭାକୁ ସମ୍ବୋଧିତ କରି ଶାହ ଏହା କହିଛନ୍ତି । ସେ ନିଜ ଭାଷଣରେ କହିଛନ୍ତି, ୮-୯ ବର୍ଷ ଧରି ଚାଲିଥିବା ଭ୍ରଷ୍ଟ କେ ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ନେତୃତ୍ୱାଧୀନ ସରକାରର ପତନ ଆରମ୍ଭ ହୋଇଛି । ଏହି ଅବସରରେ ସେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଥିଲେ, କେସିଆର୍‌ର ପାର୍ଟି ବିଆର୍‌ଏସ୍‌ର ନିର୍ବାଚନ ଚିହ୍ନ ‘କାର୍‌’ । ଏହି କାର୍‌ର ଷ୍ଟିୟରିଂ ମଜଲିସ୍ (ଓୱେସୀ)ଙ୍କ ହାତରେ ରହିଛି । ଷ୍ଟିୟରିଂ ମଜଲିସ୍ ହାତରେ ରହିଲେ କାର୍‌ର ଗତି ଠିକ୍ ରହିବ କି ବୋଲି ସେ ପ୍ରଶ୍ନ କରିଥିଲେ । ଶାହ କହିଛନ୍ତି, କଶ୍ମୀରକୁ ଆଜାଦ୍ କଶ୍ମୀର କହି କେସିଆର୍ ଭାରତର ଅପମାନ କରିଛନ୍ତି । ନିଜର ଏବଂ ପରିବାରର ଭ୍ରଷ୍ଟାଚାରରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ କେସିଆର୍ ନିଜ ପାର୍ଟିର ନାମ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)ରୁ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)କୁ ପରିବର୍ତ୍ତନ କରିଛନ୍ତି ବୋଲି ଶାହା କହିଛନ୍ତି । ବିଜେପି ତେଲେଙ୍ଗାନାରେ କ୍ଷମତାକୁ ଆସିଲେ ଏହି ଭ୍ରଷ୍ଟାଚାରୀଙ୍କୁ ଜେଲ୍‌ରେ ଭର୍ତ୍ତି କରାଯିବ ବୋଲି ସେ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking