26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶବିସିସିଆଇର ମୁଖ୍ୟ ଚୟନକର୍ତ୍ତା ହେବେ କି ସେହ୍ୱାଗ ?

ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ହେବେ କି ସେହ୍ୱାଗ ?

ନୂଆଦିଲ୍ଲୀ: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପୋଷ୍ଟ ଏବେ ଫାଙ୍କା ପଡିଛି । ଗତ ଫେବ୍ରୁଆରୀ ମାସରେ ଏକ ଷ୍ଟିଙ୍ଗ୍ ଅପରେସନର ଭିଡିଓ ସାମ୍ନାକୁ ଆସିବା ପରେ, ବିବାଦୀୟ ଢଙ୍ଗରେ ଇସ୍ତଫା ଦେଇଥିଲେ ସେତେବେଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ସେବେଠୁ ଶିବସୁନ୍ଦର ଦାସ କାର୍ଯ୍ୟକାରୀ ମୁଖ୍ୟ ଚୟନକର୍ତ୍ତା ଭାବେ କାମ କରୁଛନ୍ତି । ଆଉ ଏପରି ସ୍ଥିତିରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ନୂଆ ମୁଖ୍ୟ ଚୟନକର୍ତ୍ତା ସନ୍ଧାନରେ ରହିଛି । ତେବେ ଏହାରି ଭିତରେ ଟିମ୍ ଇଣ୍ଡିଆର ଧୂଆଁଧାର ଓପନର ବୀରେନ୍ଦ୍ର ସେହ୍ୱାଗ ମୁଖ୍ୟ ଚୟନକର୍ତ୍ତା ରେସରେ ଥିବା ଜଣାପଡିଛି ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ବିସିସିଆଇ ଟିମ୍ ଇଣ୍ଡିଆର ଏହି ପୂର୍ବ କ୍ରିକେଟରଙ୍କ ସହିତ ଆଲୋଚନା କରିଛି । ତେଣୁ ସେହ୍ୱାଗ ଖୁବଶୀଘ୍ର ଚୟନକର୍ତ୍ତା ପୋଷ୍ଟ ପାଇଁ ଆବେଦନ କରିପାରନ୍ତି । ହେଲେ ସେହ୍ୱାଗ କିନ୍ତୁ ଏହି କଥାକୁ ମିଛ ବୋଲି କହିଛନ୍ତି । ସେହ୍ୱାଗଙ୍କ କହିବା କଥା, ବିସିସିଆଇ ତରଫରୁ ତାଙ୍କୁ କୌଣସି ପ୍ରକାର କଥା କୁହାଯାଇନି । ଏହି ଖବରରେ କୌଣସି ସତ୍ୟତା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking