26.1 C
Bhubaneswar
Wednesday, December 17, 2025
Homeଓଡିଶାବନ୍ଦ ହୋଇଯିବକି କାଳିଆ ଯୋଜନା

ବନ୍ଦ ହୋଇଯିବକି କାଳିଆ ଯୋଜନା

ଭୁବନେଶ୍ୱର : ବନ୍ଦ ହୋଇଯିବକି କାଳିଆ ଯୋଜନା ଏହି କଥା ଏବେ ଅନେକ ଲୋକଙ୍କ ମନରେ ଯେହେତୁ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ, ପୂର୍ବ ସରକାର ସମୟରେ ଥିବା ଅନେକ ଯୋଜନାର ଭବିଷ୍ୟତକୁ ନେଇ ଲୋକେ ସନ୍ଦେହରେ ଅଛନ୍ତି । ଏହି ଯୋଜନା ଗୁଡିକ ପୁଣି ଚାଲିବ ନାଁ ନୂଆ ସରକାର ଆସିବାପରେ ଏସବୁ ପୁଣି ବନ୍ଦ ହୋଇ କିଛି ନୂଆ ଯୋଜନା ଲାଗୁହେବ । ତେବେ ଏବେ ବିଏସକେଓ୍ୱାଇ ଏବଂ କାଳିଆ ଯୋଜନାକୁ ନେଇ ଚର୍ଚ୍ଚା । ଆଉ ଏହାରି ଭିତରେ ବିଧାନସଭା ପ୍ରଶ୍ନକାଳରେ ଉଠିଛି କାଳିଆ ଯୋଜନା କଥା ।ଆଜି ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷି ମନ୍ତ୍ରୀ କେଭି ସିଂ ଦେଓଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଦାନ କରାଯାଉଥିବା ରାଶି ଓ ଅନ୍ୟାନ୍ୟ ସୁବିଧା ଆଗାମୀ ଦିନରେ ଜାରି ରହିବ ନା ବନ୍ଦ ହେଇଯିବ ଆଉ ଯଦି ଏହା ଜାରି ରହିବ ତେବେ ଏହାରି ପରିମାଣ ବୃଦ୍ଧି ପାଇବା ନେଇ ସରକାର କିଛି ନିଷ୍ପତ୍ତି ନେଇଛନ୍ତି କି ବିଜେଡି ବିଧାୟକ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତର ଦେଇ ରାଜ୍ୟର କୃଷକ ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଉତ୍ତର ଦେଇଥିଲେ ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି । ଏହାର ନିଷ୍ପତ୍ତି ହେଲା ପରେ ହିଁ ଏ ସମ୍ପର୍କରେ ସୂଚନା ଦିଆଯିବ । ତେବେ କାଳିଆ ଯୋଜନା ବନ୍ଦ ହେବ କି, ଜାରି ରହିବ ସେ ସମ୍ପର୍କରେ ଏବେ ବି କିଛି ସ୍ପଷ୍ଟୋକ୍ତି ରଖିନାହାଁନ୍ତି ସମ୍ପୃକ୍ତି ବିଭାଗର ମନ୍ତ୍ରୀ ।ଅନ୍ୟପଟେ ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟରେ କେତେ କାଳିଆ ହିତାଧିକାରୀ ଅଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ କଲ୍ୟାଣ ଯୋଜନାରେ ରାଜ୍ୟରେ ହିତାଧିକାରୀ ସଂଖ୍ୟା କେତେ ବୋଲି ଏକ ଅଣତାରକା ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କାଳିଆ ଯୋଜନାରେ ମୋଟ ୪୫ ଲକ୍ଷ ୬୭ ହଜାର ୫୨୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହାଜର ୧୨୨ ଜଣ ଭୂମିହୀନ କୃଷି ପରିବାରକୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତିରେ ରାଜ୍ୟର ୨୯ ଲକ୍ଷ ୭୩ ହଜାର ୯୮୦ ଜଣ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking