30.1 C
Bhubaneswar
Saturday, March 14, 2026
Homeଓଡିଶାଦଳ ଯାହା ଦାୟିତ୍ୱ ଦେବ, ପାଳନ କରିବେ: ଜୟ

ଦଳ ଯାହା ଦାୟିତ୍ୱ ଦେବ, ପାଳନ କରିବେ: ଜୟ

ଭୁବନେଶ୍ୱର: ବିଜେପିରେ ସାମିଲ ହେବା ପରେ ଜୟ ଡୋଲକିଆ ପ୍ରତିକ୍ରିୟା ଦେଇଛନ୍ତି। ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦଳ ଯାହା ଦାୟିତ୍ୱ ଦେବ ତାହାକୁ ପାଳନ କରିବି। ରାଜ୍ୟରେ ଚାଲିଥିବା ବିକାଶ ଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ ଓ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରିବି। ସୂଚନାଯୋଗ୍ୟ, ନୂଆପଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଶନିବାର ଦିନ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ମୁଖ୍ୟ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତା ଏବଂ ଶହ ଶହ ବିଜେପି କର୍ମୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking