27.1 C
Bhubaneswar
Friday, April 3, 2026
Homeଦେଶ ବିଦେଶସ୍ୱାମୀକୁ ମାରିଦେବାକୁ ଧମକ ଦେଲା ସ୍ତ୍ରୀ!

ସ୍ୱାମୀକୁ ମାରିଦେବାକୁ ଧମକ ଦେଲା ସ୍ତ୍ରୀ!

ମଧ୍ୟପ୍ରଦେଶ: ‘ମୁଁ ବହୁତ ସୁନ୍ଦର, ଆଉ ତୁମେଟ୍ଟ’, ବିବାହର ଦୁଇ ବର୍ଷ ପରେ ସ୍ତ୍ରୀର ମନୋଭାବ ବଦଳିଗଲା, ତା ପରେ ସ୍ୱାମୀକୁ ମାରିବାକୁ ଦେଲା ଧମକ! ମଧ୍ୟପ୍ରଦେଶର ଛତରପୁରରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିବାହର ୨ ବର୍ଷ ପରେ ତାଙ୍କ ସ୍ତ୍ରୀଙ୍କୁ ସେ ଆଉ ସୁନ୍ଦର ଦେଖାଯାଉନାହାଁନ୍ତି, ସେଥିପାଇଁ ତାଙ୍କ ସ୍ତ୍ରୀ ଆଉ ତାଙ୍କ ସହିତ ରହିବାକୁ ଚାହୁଁନାହାଁନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଉଛନ୍ତି। ସ୍ୱାମୀ ବିନୋଦ ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ପତ୍ନୀଙ୍କୁ ବହୁତ କଷ୍ଟ କରି ପାଠ ପଢାଇ ଉଚ୍ଚ ଶିକ୍ଷା ଦେଇଥିଲେ, କିନ୍ତୁ ଏବେ ସେ ତାଙ୍କୁ ଛାଡି ତାଙ୍କ ବାପଘରକୁ ଚାଲିଯାଇଛନ୍ତି। ଏହି ସବୁ ଘଟଣାକୁ ନେଇ ପୀଡିତ ସ୍ୱାମୀ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ି ନ୍ୟାୟ ପାଇଁ ପୋଲିସ ଅଧିକ୍ଷକଙ୍କ ନିକଟରେ ଆବେଦନ କରିଛନ୍ତି। ବିନୋଦ ଏସ୍ପିଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଏବଂ ତାଙ୍କ ପତ୍ନୀଙ୍କ କଥିତ ନିର‌୍ୟାତନା ଏବଂ ହତ୍ୟା ଧମକରୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking