27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଯୌନ ନିର୍ଯାତନା ମାମଲାରେ ନିଲମ୍ବିତ ଦିଲ୍ଲୀ ଅଧିକାରୀଙ୍କ ପତ୍ନୀଙ୍କୁ ମିଳିଲାନି ଜାମିନ

ଯୌନ ନିର୍ଯାତନା ମାମଲାରେ ନିଲମ୍ବିତ ଦିଲ୍ଲୀ ଅଧିକାରୀଙ୍କ ପତ୍ନୀଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ନିଲମ୍ବିତ ଦିଲ୍ଲୀ ସରକାରୀ ଅଧିକାରୀ ପ୍ରେମୋଦୟ ଖାଖାଙ୍କ ପତ୍ନୀଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଯିଏ ନାବାଳିକାକୁ ଏକାଧିକ ଥର ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ଜଷ୍ଟିସ ଦୀନେଶ କୁମାର ଶର୍ମା ସୀମା ରାନୀ ଖାଖାଙ୍କ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି ଯେ ଏହି ମାମଲା ଦୁଇ ପରିବାର ମଧ୍ୟରେ ବିଶ୍ୱାସର ମୂଳଦୁଆକୁ ଆସିଛି ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ନଭେମ୍ବର ୨୦୨୦ ରୁ ଜାନୁୟାରୀ ୨୦୨୧ ମଧ୍ୟରେ ଜଣେ ନାବାଳିକାଙ୍କୁ ଅନେକ ଥର ବଳାତ୍କାର କରିଥିବା ପ୍ରେମୋଦୟ ଖାଖାଙ୍କ ବିରୋଧରେ ଅଭିଯୋଗ ହୋଇଛି ଏବଂ ଅଗଷ୍ଟ ୨୦୨୩ ରେ ଗିରଫ ହେବା ପରେ ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି । ନାବାଳିକା ଜଣକ ଅଭିଯୁକ୍ତଙ୍କୁ ଜଣାଥିବା ଜଣେ ବ୍ୟକ୍ତିଙ୍କ ଝିଅ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଅଧିକାରୀଙ୍କ ପତ୍ନୀ ସୀମା ରାନୀ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ। ସେ ଗର୍ଭପାତ କରାଇବା ପାଇଁ ଝିଅ କୁ ଔଷଧ ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ନ୍ୟାୟିକ ହେପାଜତରେ ଅଛନ୍ତି। ହାଇକୋର୍ଟରେ ତାଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୋଲିସ ଓକିଲ ବିରୋଧ କରିଥିଲେ ଏବଂ ଯୁକ୍ତି ବଢ଼ିଥିଲେ ଯେ ସେ ମୁଖ୍ୟ ଅଭିଯୁକ୍ତଙ୍କ ସହ ସାମିଲ ଥିଲେ ଓ ଏହି ଅପରାଧରେ ସେ ମଧ୍ୟ ସାମିଲ ହୋଇଥିଲେ । ତେବେ ପୀଡିତ ଡାକ୍ତରଖାନାରେ ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କ ବିବୃତ୍ତି ରେକର୍ଡ କରିବା ପରେ ଏହି ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ପକ୍ସୋ ଅଧିନିୟମ ଏବଂ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଏହି ମାମଲା ପଞ୍ଜିକୃତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking