27.1 C
Bhubaneswar
Sunday, September 8, 2024
Homeଅପରାଧନିଜ ସିନ୍ଦୂରକୁ ନିଜେ ପୋଛିଦେଲା ସ୍ତ୍ରୀ

ନିଜ ସିନ୍ଦୂରକୁ ନିଜେ ପୋଛିଦେଲା ସ୍ତ୍ରୀ

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ସିନ୍ଦୂରକୁ ନିଜେ ପୋଛିଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ନିର୍ଯାତନା ସହି ନ ପାରି ସ୍ତ୍ରୀ ନେଇଛନ୍ତି ଏଭଳି ନିଷ୍ପତ୍ତି । ସୂଚନା ଅନୁଯାୟୀ, ସ୍ତ୍ରୀଙ୍କ ମାଡ଼ରେ ସ୍ୱାମୀ ନେତ୍ର ମାଝି(୬୩)ଙ୍କ ରବିବାର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

ତେବେ ବୃଦ୍ଧଙ୍କ ପୁଅ ଓ ବୋହୂ ଅନ୍ୟ ରାଜ୍ୟରେ ଥିବାରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇପାରିନି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି । ମୃତକ ନେତ୍ର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ଝଗଡ଼ା ହୋଇଥିଲା । ଏହି ସମୟରେ ନେତ୍ର ତାଙ୍କ ସ୍ତ୍ରୀ ଶୁଭନ୍ତିଙ୍କ କାନଫୁଲକୁ ଟାଣିଥିଲେ । ଫଳରେ ଶୁଭନ୍ତି ଯନ୍ତ୍ରଣା ସହି ନ ପାରି ପାଖରେ ଥିବା ଏକ କାଠଫାଳିଆରେ ପିଟିଥିଲେ ଫଳରେ ନେତ୍ରଙ୍କ ମୁଣ୍ଡ ପଛ ପାଖରେ ଗଭୀର ମାଡ଼ ହୋଇଥିଲା ଓ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking