ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସ୍କା ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଆହତ ହୋଇଥିବା ବେଳେ , ଏମିତି ଘଟଣା ଘଟିଛି ଧରାକୋଟ ଥାନା ଧୋଉଗାଁ ପନ୍ଦରା ସାହିରେ । ସୂଚନା ଅନୁଯାଇ , ପାରିବାରିକ କଳହରୁ ସ୍ୱାମୀ ନିଜ ସ୍ତ୍ରୀ ଉପରେ ଛୁରା ମାଡ କରିଛି । ତେବେ ଗୁରୁତର ଅବସ୍ଥାରେ ସ୍ତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ରହିଛି।