19.1 C
Bhubaneswar
Friday, November 22, 2024
Homeଅପରାଧରିଲ୍ସ ନେଲା ଜୀବନ....

ରିଲ୍ସ ନେଲା ଜୀବନ….

ବିହାର: ବିହାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରେ ରିଲ୍ସ କରିବାକୁ ମନା କରିବାରୁ ସ୍ୱାମୀକୁ ଜୀବନରୁ ମାରି ଦେଲା ସ୍ତ୍ରୀ। ବିହାର ବେଗୁସରାଇ ଜିଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ଇନଷ୍ଟାଗ୍ରାମ ରିଲ ପାଇଁ ଭିଡ଼ିଓ ପ୍ରସ୍ତୁତ କରୁଥିଲେ। ଯାହା ତାଙ୍କ ସ୍ୱାମୀଙ୍କୁ ପସନ୍ଦ ନଥିଲା, ସେଥିାପାଇଁ ସ୍ୱାମୀ ଜଣକ ସ୍ତ୍ରୀ ଭିଡ଼ିଓ ନକରିବାକୁ ବାରମ୍ବାର ଅଟକାଇଥିଲେ। ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଉପରେ ରାଗି ଯାଇ ଘର ଲୋକଙ୍କ ସାହାର୍ଯ୍ୟରେ ହତ୍ୟା କରିଥିଲେ। ରବିବାର (ଜାନୁଆରୀ ୭) ଦିନ ସକାଳ ୯ଟା ସମୟରେ ଏହି ଘଟଣା ଘଟିଥିଲା।

ବିହାର ଖୋଦବାନ୍ଦପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଫାଫାଉଟ୍‌‌ ଗ୍ରାମରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ମହେଶ୍ୱର କୁମାର ରାୟ। ସେ ସାମସ୍ତିପୁର ଜିଲାର ନରହାନ ଗାଁର ବାସିନ୍ଦା। ମହେଶ୍ୱର କୋଲକତାରେ ଶ୍ରମକ ଭାବେ କାମ କରୁଥିଲେ ଏବଂ କିଛି ଦିନ ପୂର୍ବରୁ ନିଜ ଗାଁକୁ ଆସିଥିଲେ। ତାଙ୍କ ପତ୍ନୀ ରାନୀ କୁମାରୀ ଇନଷ୍ଟାଗ୍ରାମରେ ସବୁବେଳେ ଭିଡ଼ିଓ କରୁଥିଲେ। ଉଭୟ ୬ରୁ ୭ବର୍ଷ ହେବ ବିବାହ କରିଥିଲେ। ସୂଚନା ଅନୁସାରେ ମହେଶ୍ୱର କୋଲକତାରୁ ଆସିବା ପରେ ବୁଲିବାକୁ ଫାଫାଉଟ୍‌‌ ଗାଁରେ ଥିବା ନିଜ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ଇନଷ୍ଟାଗ୍ରାମ ରିଲ୍ସକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।

ସ୍ତ୍ରୀ ରୀନା ଏବଂ ତାଙ୍କ ମା ମହେଶ୍ୱରଙ୍କ ଗଳାକାଟି ହତ୍ୟା କରିଥିଲେ। ବିଳମ୍ବିତ ରାତିରେ ମୃତକଙ୍କ ଭାଇ ତାଙ୍କୁ ଫୋନ କରିବାରୁ ଅନ୍ୟ କେହି ଫୋନ ଉଠାଇଥିଲେ। ଫଳରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତରେ ନେଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମହେଶ୍ୱରଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ପରେ ପୋଲିସ ମୃତକଙ୍କ ପତ୍ନୀଙ୍କୁ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking