18.1 C
Bhubaneswar
Saturday, November 23, 2024
Homeଅପରାଧଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିବାରୁ, ସ୍ୱାମୀର ଗୁପ୍ତାଙ୍ଗ କାଟି ଦି ଖଣ୍ଡ କରିଦେଲା ସ୍ତ୍ରୀ

ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିବାରୁ, ସ୍ୱାମୀର ଗୁପ୍ତାଙ୍ଗ କାଟି ଦି ଖଣ୍ଡ କରିଦେଲା ସ୍ତ୍ରୀ

ଭୋପାଳ : ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିବା ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ମଧ୍ୟପ୍ରଦେଶର ଟିକମଗଡ଼ରେ । ଏଠାରେ ସ୍ତ୍ରୀ ସହ ବଳପୂର୍ବକ ସମ୍ଭୋଗ କରିବାକୁ ଚାହୁଁଥିବା ୨୬ ବର୍ଷୀୟ ସ୍ୱାମୀର ପ୍ରାଇଭେଟ ପାର୍ଟକୁ ଛୁରୀରେ କାଟିଦେଇଛି ୨୪ ବର୍ଷୀୟା ସ୍ତ୍ରୀ । ତେବେ ପୋଲିସ ଏବେ ମାମଲାର ଯାଞ୍ଚ କରୁଛି । ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି, ବିନୋଦ ରାଜପୁତ (୨୬) ସ୍ତ୍ରୀ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲା । କିନ୍ତୁ ସ୍ତ୍ରୀ ବିରକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲା ଓ ଏକ ଧାରୁଆ ଅସ୍ତ୍ରରେ ପ୍ରାଇଭେଟ ପାର୍ଟକୁ କାଟି ଦେଇଥିଲା । ପୀଡ଼ିତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଟିକେ ଭଲ ଥିବା ଜଣାଯାଇଛି । ଏହି ଘଟଣା ଡିସେମ୍ବର ୭ ରେ ଘଟିଥିବା ବେଳେ ୧୩ ତାରିଖରେ ଥାନାରେ ମାମଲା ରୁଜୁ ହୋଇଛି । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ ସ୍ୱାମୀ-ସ୍ତ୍ରୀ ୨୦୧୯ ମସିହାରେ ବିବାହ କରିଥିଲେ । ବାହାଘରର କିଛି ମାସ ପରଠାରୁ ହିଁ ସେମାନଙ୍କ ମଧ୍ୟରେ କଳି ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଫଳରେ ଉଭୟେ ଅଲଗା ରହୁଥିଲେ । କିନ୍ତୁ ଗତ କିଛିଦିନ ହେଲା ଉଭୟେ ଏକାଠି ରହିବା ଆରମ୍ଭ କରିଥିଲେ । କିନ୍ତୁ ଏବେ ଏଭଳି ଘଟଣା ଘଟିଛି । ଅନ୍ୟପଟେ ଏହି ଘଟଣା ପରେ ପୀଡ଼ିତ ବିନୋଦ ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ଏବେ ପତ୍ନୀଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଦତନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking