26.1 C
Bhubaneswar
Saturday, October 19, 2024
Homeଓଡିଶାସ୍ୱାମୀ-ସ୍ତ୍ରୀ ଝଗଡାରୁ ବିଷ ପିଇ ଆତ୍ମହତ୍ୟା କଲେ ସ୍ତ୍ରୀ

ସ୍ୱାମୀ-ସ୍ତ୍ରୀ ଝଗଡାରୁ ବିଷ ପିଇ ଆତ୍ମହତ୍ୟା କଲେ ସ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ୧୫ ବଷର୍ର ଦାମ୍ପତ୍ୟ ଜୀବନ ବେଶ ସୁଖରେ କଟୁଥିôଲା । ଗତ କିଛି ଦିନ ହେବ ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ ଯୋଗୁଁ ଝଗଡା ଲାଗି ରହିଥିଲା । ଶେଷରେ ସ୍ୱାମୀଙ୍କ ସହ ଝଗଡା କରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଲ୍ଳୀ ଥାନା ଏନ୍‍-୩ ବେହେରା ସାହିରେ । ମୃତ ମହିଳା ଜଣଙ୍କ ହେଲେ କଟକ ନିଆଳିର ପୁଷ୍ପଲତା ବେହେରା । ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ପାରିବାର କହଳ ଯୋଗୁଁ ପୁଷ୍ପଲତା ଆତ୍ମହତ୍ୟା କରିଛନ୍ତି ବୋଲି ତଦନ୍ତକାରୀ ଅଫିସର କହିଛନ୍ତି । ମୃତ ପୁଷ୍ପଲତାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ପୁଷ୍ପଲତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ସୂଚନୋଯାଗ୍ୟ ଯେ, କଟକ ନିଆଳିର ପୁଷ୍ପଲତା ବେହେରା, ସ୍ୱାମୀ କାଳେନ୍ଦ୍ର ବେହେରାଙ୍କ ୧୦ବର୍ଷର ଝିଅ ସହ ୫ ବର୍ଷର ପୁଅ ମିଶି ନୂଆପଲ୍ଳୀ ଥାନା ଏନ୍‍-୩ ବେହେରା ସାହିରେ ରହୁଥିଲେ । କାଳେନ୍ଦ୍ର ଶ୍ରମିକ ଭାବେ କାମ କରୁଥିଲେ । ଶୁକ୍ରବାର ସକାଳୁ ସ୍ୱାମୀ -ସ୍ତ୍ରୀଙ୍କ ମଧ୍ୟେର ଝଗଡା ହୋଇଥିଲା । ସ୍ୱାମୀ କାଳେନ୍ଦ୍ର ଘରୁ ଚାଲି ଯାଇଥିଲା ବେଳେ ସ୍ତ୍ରୀ ପୁଷ୍ପଲତା ବିଷ ପିଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking