20.1 C
Bhubaneswar
Saturday, February 14, 2026
Homeଓଡିଶାସ୍ତ୍ରୀକୁ ପିଟିପିଟି ହତ୍ୟା : ଅଭିଯୁକ୍ତ ସ୍ୱାମୀ ଗିରଫ

ସ୍ତ୍ରୀକୁ ପିଟିପିଟି ହତ୍ୟା : ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର : ଚାନ୍ଦିପୋଷ ଥାନା ଅନ୍ତର୍ଗତ ପିତାଗାଁରେ ନିଜ ସ୍ତ୍ରୀକୁ ବାଡ଼ିରେ ପିଟିପିଟି ହତ୍ୟା କରିଥିବା  ସ୍ବାମୀକୁ ପୁଲିସ ଗିରଫ କରିଛି। ଘଟଣାଟି ୪ ତାରିଖ ସନ୍ଧ୍ୟାରେ ଘଟିଥିଲେ ମଧ୍ୟ ନୃଶଂସ ସ୍ୱାମୀ ଡାକ୍ତରଖାନା ନ ନେବାରୁ ୫ ତାରିଖ ବିଛଣାରେ ଯନ୍ତ୍ରଣାରେ ଛଟପଟ ହୋଇ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ଅଭିଯୁକ୍ତ ସ୍ୱାମୀ ଜଗନ୍ନାଥ ଟପ୍ପୋ କୁ ଧରି ଗିରଫ କରିଥିବା  ବେଳେ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି। କିଛି କଥା କୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଦିନ ପ୍ରାୟ ୧୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଦିନ ବିଳମ୍ବିତ ରାତି ପ୍ରାୟ ୧ଟାବେଳେ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ରାଉରକେଲାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ବାଡ଼ିକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ଜଗନ୍ନାଥକୁ ଗିରଫକରି ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking