34.9 C
Bhubaneswar
Monday, April 6, 2026
Homeଅପରାଧଜେଲରେ ସ୍ୱାମୀଙ୍କୁ ଚରସ ଦେଇ ଗିରଫ ହେଲା ସ୍ତ୍ରୀ

ଜେଲରେ ସ୍ୱାମୀଙ୍କୁ ଚରସ ଦେଇ ଗିରଫ ହେଲା ସ୍ତ୍ରୀ

ୟୁପି : ଜେଲରେ ଥିବା ସ୍ବାମୀ ପାଇଁ ଚରସ ନେଉଥିଲା ସ୍ତ୍ରୀ। ଗିରଫ କଲା ପୁଲିସ। ୟୁପିର ବିଜନୋରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ​​ଜେଲରେ ଥିବା ସ୍ୱାମୀଙ୍କର ଚରସ ଖାଇବାର ଅଭ୍ୟାସ ପତ୍ନୀଙ୍କୁ ଜେଲରେ ପହଞ୍ଚାଇଛି। ସ୍ୱାମୀ ହେତୁ ବର୍ତ୍ତମାନ ପତ୍ନୀ ମଧ୍ୟ ତାଙ୍କ ପରି ଜେଲ ଯାଇଛନ୍ତି। ଏହି ପ୍ରସଙ୍ଗ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ଯେ, ଜେଲରେ ଥିବା ସ୍ବାମୀ ଚରସ ଖାଉଥିବାରୁ ପତ୍ନୀକୁ ଚରସ ଲୁଚାଇ ଆଣିବା ପାଇଁ କହିଥିଲା । ଭେଟିବାକୁ ଯିବା ଦିନ ପତ୍ନୀ ସ୍ବାମୀର କଥା ମାନି ବ୍ୟକ୍ତିଗତ ଅଙ୍ଗରେ ଚରସ ଲୁଚାଇ ଜେଲରେ ପହଞ୍ଚିଥିଲା। କିନ୍ତୁ ସନ୍ଦେହ ହେବାରୁ ସୁରକ୍ଷା ପାଇଁ ନିୟୋଜିତ ମହିଳା ପୁଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ଖୋଜାଖୋଜି ସମୟରେ ତାଙ୍କଠାରୁ ଚରସ ଜବତ କରାଯାଇଥିଲା, ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଅମ୍ରୋହାର ହସନପୁରର ବାସିନ୍ଦା ଗୁଲଶେରଙ୍କୁ ଅପରାଧିକ ମାମଲାରେ ଗତ କିଛି ଦିନ ହେବ ବିଜନୋର ଜେଲରେ ରଖାଯାଇଛି। ଗୁଲଶେର ନିଶା କରୁଥିବା ବେଳେ ଜେଲରେ ଚରସ ବିନା ରହିବା ତାଙ୍କ ପାଇଁ ଅସମ୍ଭବ ହୋଇପଡ଼ୁଥିଲା। ଏଥିପାଇଁ ସେ ତାଙ୍କ ପତ୍ନୀ ଅଲମିନାଙ୍କୁ ଚରସ ଆଣିବାକୁ ବାଧ୍ୟ କରୁଥିଲେ। ପ୍ରଥମେ ରାଜି ହୋଇନଥିଲେ ବି ପରେ ବାଧ୍ୟ ହୋଇ ଚରସ ଆଣିବାକୁ ରାଜି ହୋଇଥିଲେ ଅଲମିନା। ହେଲେ ତାଙ୍କୁ ଜଣାନଥିଲା ପୁଲିସ ତାଙ୍କୁ ଗିରଫ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking