27.1 C
Bhubaneswar
Sunday, September 22, 2024
Homeଓଡିଶାଆଇଆଇସି ସ୍ତରରେ ବ୍ୟାପକ ବଦଳି

ଆଇଆଇସି ସ୍ତରରେ ବ୍ୟାପକ ବଦଳି

ଭୁବନେଶ୍ୱର : କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ଆଇଆଇସି ସ୍ତରରେ ବ୍ୟାପକ ବଦଳି । ଏକାଥରକେ ୪୭ ଥାନା ଅଧିକାରୀଙ୍କ ବଦଳୀ କରାଯାଇଛି । ସୁଧାଂଶୁ ଜେନାଙ୍କୁ କ୍ୟାପିଟାଲ ଥାନାର ଦାୟିତ୍ୱ ମିଳିଥିବା ବେଳେ ପ୍ରଦୀପ ଜେନାଙ୍କୁ ଚନ୍ଦକା ଥାନା ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସମିତା ମିଶ୍ର ନନ୍ଦନକାନନ ଥାନା ଆଇଆଇସି, ପ୍ରଦୀପ୍ତ ନାୟକ ଧଉଳି ଥାନା ଆଇଆଇସି, ଚିତ୍ତରଞ୍ଜନ ରାଉତଙ୍କୁ ମଧୁପାଟଣା ଆଇଆଇସି ଭାବେ ଦାୟିତ୍ୱ ମିଳିଛି । ଆଇଆଇସି ଭାଗ୍ୟଶ୍ରୀ ସ୍ୱାଇଁକୁ କଟକ ମହିଳା ଥାନା, ଜଗତପୁର ଆଇଆଇସି ରବିନ୍ଦ୍ର ନାଥ ମେହେରଙ୍କୁ ବାଲିଅନ୍ତା ଥାନାକୁ ବଦଳି କରାଯାଇଥିବା ବେଳେ ବାଲିପାଟଣା ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତିଙ୍କୁ ଜଗତପୁର ବଦଳି କରାଯାଇଛି । ସେହିପରି ବାରଙ୍ଗ ଥାନା ଅଧିକାରୀ ଆକାଶ ରଣାଙ୍କୁ ଟ୍ରାଫିକ୍ ଥାନାକୁ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking