18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ୱିକ୍ରମସିଂଘେ; ଶ୍ରୀଲଙ୍କାରେ ବ୍ୟବହାର ହେବ ଭାରତୀୟ ୟୁପିଆଇ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ୱିକ୍ରମସିଂଘେ; ଶ୍ରୀଲଙ୍କାରେ ବ୍ୟବହାର ହେବ ଭାରତୀୟ ୟୁପିଆଇ

ନୂଆଦିଲ୍ଲୀ: ଦୁଇଦିନିଆ ସରକାରୀ ଗସ୍ତରେ ଭାରତ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ୱିକ୍ରମସିଂଘେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ହୋଇଛି । ଶ୍ରୀଲଙ୍କାରେ ଭାରତୀୟ ୟୁପିଆଇ ବ୍ୟବହାରକୁ ନେଇ ଏହି ଅବସରରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି । ରାଷ୍ଟ୍ରପତି ୱିକ୍ରମସିଂଘେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଲଗାତାର ଉନ୍ନତି କରୁଛି । ସେହିପରି ଦୁଇ ଦେଶର ସମ୍ବନ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମର ସମ୍ବନ୍ଧ ପ୍ରାଚୀନ ଏବଂ ବ୍ୟାପକ । ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଆକାଶପଥରେ ଯୋଗାଯୋଗ ବୃଦ୍ଧି କରାଯିବ । ପାସେଞ୍ଜର୍ ଫେରୀ ସେବା ଆରମ୍ଭ ହେବ । ବିଦ୍ୟୁତ୍ ଗ୍ରୀଡ୍ ଉପରେ କାର୍ଯ୍ୟ ହେବ ।

ମୋଦୀ କହିଛନ୍ତି, ଗତ ଏକବର୍ଷ ଶ୍ରୀଲଙ୍କା ପାଇଁ ଆହ୍ୱାନପୂର୍ଣ୍ଣ ଥିଲା । ଆମେ ଏହି କଠିନ ସମୟରେ ସେଠାକାର ଲୋକଙ୍କ ସହିତ ରହିଛୁ । ଆମେ ଆଶା କରୁଛି, ଶ୍ରୀଲଙ୍କା ସରକାର ତାମିଲଙ୍କ ଆକାଂକ୍ଷାକୁ ପୂରା କରି ସମାନତା, ନ୍ୟାୟ ଏବଂ ଶାନ୍ତି ପ୍ରକ୍ରିୟାକୁ ଆଗେଇ ନେବେ । ଭାରତର ‘ନେଭରହୁଡ୍ ଫାଷ୍ଟ’ ନୀତି ଏବଂ ‘ସାଗର’ ଭିଜନ ଦୁଇଟିରେ ଶ୍ରୀଲଙ୍କା ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଏନ୍‌ଏସ୍‌ଏ ଅଜିତ ଡୋଭାଲ୍ ଏବଂ ଶିଳ୍ପପତି ଗୌତମ ଅଦାନୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଅବସରରେ ଦୁହିଁଙ୍କ ମଧ୍ୟରେ କଲମ୍ବୋ ପୋର୍ଟକୁ ନେଇ ଆଲୋଚନା ହୋଇଥିଲା । ଗୁରୁବାର ଭାରତରେ ପହଞ୍ଚିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ୱିକ୍ରମସିଂଘେଙ୍କୁ ବିଦେଶ ରାଜ୍ୟମନ୍ତ୍ରୀ ବି ମୁରଲୀଧରନ୍ ସ୍ୱାଗତ କରିଥିଲେ । ଏହାପରେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିଥିଲେ । ୱିକ୍ରମସିଂଘେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking