26.1 C
Bhubaneswar
Thursday, September 19, 2024
Homeଓଡିଶାବୈବାହିକ ସମ୍ପର୍କରେ କାହିଁକି ଆସୁଛି ଝଡ଼ ? ଆସନ୍ତୁ ଜାଣିବା..

ବୈବାହିକ ସମ୍ପର୍କରେ କାହିଁକି ଆସୁଛି ଝଡ଼ ? ଆସନ୍ତୁ ଜାଣିବା..

କଟକ: ବିବାହକୁ ପବିତ୍ର ବନ୍ଧନ ଭାବେ ବିବେଚନା କରାଯାଏ । ବିବାହ ସାତ ଜନ୍ମ ପାଇଁ ଏକ ବନ୍ଧନ । ଏହା ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଜନ୍ମଜନ୍ମାନ୍ତର ଏକ ସ୍ୱର୍ଗୀୟ ସମ୍ପର୍କ । ବିବାହ ବେଦୀରେ ସାତ ଫେରା ଦେଇ ଜନ୍ମ ଜନ୍ମ ପାଇଁ ଦୁହେଁ ଦୁହିଁଙ୍କ ସୁଖ ଦୁଃଖର ସାଥୀ ହେବା ପାଇଁ ବଚନ ଦିଅନ୍ତି । ହେଲେ ଯୁଗ ବଦଳିବା ସହ ଏହି ବଚନରେ ମଧ୍ୟ ବ୍ୟତିକ୍ରମ ଆସୁଛି । ସାମାନ୍ୟ କଳି ଝଗଡ଼ାକୁ ନେଇ କଥା ସିଧା ଛାଡ଼ପତ୍ର ପାଖରେ ପହଞ୍ଚୁଛି । ଯଦିଓ ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାର ନଜିର ରହିଛି ମାତ୍ର ଆଜିକାର ଯୁବପିଢିଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି । ତେବେ ଦିନକୁ ଦିନ କାହିଁକି ବଢ଼ୁଛି ଛାଡପତ୍ର ମାମଲା । କାହିଁକି ମନ ସାଥେ ମନ ମିଶୁନାହିଁ । କେଉଁ ବର୍ଗଙ୍କ ପାଖରେ ଏହି ସମସ୍ୟା ବେଶୀ ଦେଖାଯାଉଛି ? କେବେ ଠାରୁ ଏହି ସମସ୍ୟା ଅତି ସଙ୍ଗୀନ ହେଉଛି ? ବିବାହ ବିଚ୍ଛେଦ ପାଇଁ ପ୍ରମୁଖ କାରଣ କଣ ? ମଧ୍ୟସ୍ଥତାଙ୍କ ଭୂମିକା କେମିତି ରହୁଛି ? ଏଭଳି ମାମଲା ପାଇଁ ଆଇନଜୀବୀଙ୍କ ଭୂମିକା କେମିତି ରହିବା କଥା ।

ସେନେଇ ସୂଚନା ଦେଇଛନ୍ତି ଆଇନଜୀବୀ ବନଜାରାଣୀ ପଣ୍ଡା । ଆଇନଜୀବୀ ବନଜାରାଣୀ ପଣ୍ଡା କହିଛନ୍ତି, “ବର୍ତ୍ତମାନ ଦେଖା ଯାଉଛି ଯେ, ବିବାହ ପରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ସଠିକ ତାଳମେଳ ରହୁନାହିଁ । ବିଶେଷ କରି ଗୋଟିଏ ପରିବାରରେ ଖାପଖୁଆଇ ଚଳିବା ସମ୍ଭବ ହେଉନାହିଁ । ବିବାହ ପରେ ପତ୍ନୀଟିଏ ଯେତେବେଳେ ନିଜର ବାପ ଘର ଛାଡି ଶାଶୁଘର ଯାଇଥାଏ, ଆଉ ସେଠାକାର ପରିବେଶ ଆଉ ପରମ୍ପରା ସହିତ ତାଳ ଦେଇ ଚଳିପାରେ ନାହିଁ, ସେତେବେଳେ ମଧ୍ୟ କୌଣସି କାରଣରୁ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଯାଏ । ଫଳରେ ବିଚ୍ଛେଦ ପାଇଁ ଅଦାଲତରେ ମଧ୍ୟ ଆଶ୍ରୟ ନେଇଥାନ୍ତି । କେବେଳ ସେତିକି ନୁହେଁ ବିବାହ ପରେ ଅବିଭାବକଙ୍କ ମାତ୍ରାଧିକ ହସ୍ତକ୍ଷେପ ମଧ୍ୟ ବିବାହ ବିଚ୍ଛେଦର ପ୍ରମୁଖ କାରଣ ପାଲଟି ଥାଏ । କୌଣସି ମାମଲାରେ ଯଦି ଉଭୟ (ପତି ଏବଂ ପତ୍ନୀ ) ପରିବାର ଲୋକଙ୍କ ହସ୍ତକ୍ଷେପ ରହୁଛି ତାହା ବି ବିବାଦ ହେଉଛି ଏବଂ ଯାହାକି ବିଚ୍ଛେଦର ପ୍ରମୁଖ କାରଣ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଅନେକ ଲୋକ ଏକାକୀ ରହିବାକୁ ପସନ୍ଦ କରୁଛନ୍ତି ।

ଯୌଥ ପରିବାର ଛାଡି ଏକା ରହିବାକୁ ମଧ୍ୟ ଅନେକ ପସନ୍ଦ କରୁଛନ୍ତି । ସେମାନଙ୍କର ଯଦି ଗୋଟିଏ ଝିଅ ହୋଇଥାଏ ଏବଂ ଝିଅର ବିବାହ ପରେ ଶାଶୁଘରେ ଯଦି କେହି କିଛି କହୁଛନ୍ତି ଅର୍ଥାତ ଛୋଟ କଥାକୁ ନେଇ ବଡ଼ ବିବାଦ ହୋଇଥାଏ । ଏହି ଭଳି କ୍ଷେତ୍ରରେ ଝିଅର ବାପା ଏବଂ ମା’ ଶାଶୁ ଘର ଛାଡ଼ି ନିଜ ଘରକୁ ଡାକି ଦିଅନ୍ତି । ଝିଅଟି ମଧ୍ୟ ନିଜ ବାପା ମା’ଙ୍କ ପାଖରେ ରହି ଥାଏ । ଫଳରେ ଝିଅ ଟିଏ ଆଉ ନିଜର ଶାଶୁ ଘରକୁ ଫେରିବାକୁ ଆଗ୍ରହ କରେ ନାହିଁ ଏବଂ ବିଚ୍ଛେଦ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଥାଏ । ଏହି ଭଳି ପରିସ୍ଥିତିରେ ଝିଅର ପରିବାର ଲୋକଙ୍କର ଗୁରୁତ୍ୱ ଭୂମିକା ନେବା କଥା । ଝିଅକୁ ନିଜ ଘରକୁ ନ ଡାକି ବିବାଦକୁ ଯଦି ଆପୋଷ ବୁଝାମଣାରେ ସମାଧାନ କରାଯାଆନ୍ତି ତେବେ ବିଚ୍ଛେଦ ହୁଅନ୍ତା ନାହିଁ । ସାମାନ୍ୟ କଥାରେ ଅଭିଭାବକଙ୍କ ହସ୍ତେକ୍ଷେପ ବିବାହ ବିଚ୍ଛେଦର ଅନ୍ୟ ଏକ କାରଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking