18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶକାହିଁକି ହୁଏ ବ୍ରେନ ଷ୍ଟ୍ରୋକ? ଆସନ୍ତୁ ଜାଣିବା ....

କାହିଁକି ହୁଏ ବ୍ରେନ ଷ୍ଟ୍ରୋକ? ଆସନ୍ତୁ ଜାଣିବା ….

ନୂଆଦିଲ୍ଲୀ: ପୂର୍ବରୁ ଜରାବସ୍ଥାରେ ରୋଗଗ୍ରସ୍ତ ହେବାକୁ ପଡେ ବୋଲି କୁହାଯାଉଥିଲା । ମାତ୍ର ବର୍ତ୍ତମାନ ଆଉ ସେସବୁ ନାହିଁ, କି ଜରାବସ୍ଥା କି ଯୁବାବସ୍ଥା ସବୁ ସମୟରେ ରୋଗ ମାଡି ବସୁଛି । ହୃତଘାତ, ମସ୍ତିଷ୍କାଘାତ ଓ କର୍କଟ ବର୍ତ୍ତମାନ ସମୟରେ ଘାତକ ସାଜିଛି । ନାଚୁଥିବା, ଗାଉଥିବା, କାମ କରୁଥିବା ସମୟରେ ଟଳି ପଡୁଛନ୍ତି ଯୁବଠୁ ବୟସ୍କ । ଏହାକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଆଶ୍ଚର‌୍ୟ୍ୟକର ତଥ୍ୟ ।

ମୃତ୍ୟୁର ଦ୍ୱିତୀୟ କାରଣ ଭାବେ ଭୟଭୀତ କରୁଛି ଷ୍ଟ୍ରୋକ୍ । ଭାରତରେ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୮୫ ହଜାର ବ୍ୟକ୍ତି ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି, ଯାହାର ଅର୍ଥ ଭାରତରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କର ଷ୍ଟ୍ରୋକ୍ ସମସ୍ୟା ଦେଖାଦେଉଛି ।

ଭାରତରେ ୬୮.୬ ପ୍ରତିଶତ ଷ୍ଟ୍ରୋକ୍ ଘଟଣା ରହିଛି । ଏଥିରେ ୭୦.୯ ପ୍ରତିଶତ ଷ୍ଟ୍ରୋକ୍ ଜନିତ ମୃତ୍ୟୁ ଘଟୁଥିବାବେଳେ ୭୭.୭ ପ୍ରତିଶତ ଲୋକେ ଏହି କାରଣରୁ ଅକ୍ଷମତାର ଶିକାର ହେଉଛନ୍ତି । ଏହି ପରିସଂଖ୍ୟାନ ଭାରତ ପାଇଁ ଉଦ୍‌ବେଗଜନକ । ଭାରତର ଅନେକ ହସ୍ପିଟାଲରେ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ପାଇଁ ପର‌୍ୟ୍ୟାପ୍ତ ସୁବିଧା ନାହିଁ । ଏହି ସମସ୍ୟା ଉଭୟ ସରକାରୀ ଓ ବେସରକାରୀ ଚିକିତ୍ସା କେନ୍ଦ୍ରରେ ରହିଛି । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking