19.1 C
Bhubaneswar
Tuesday, November 19, 2024
Homeଓଡିଶାମୃତ୍ୟୁ ପୂର୍ବରୁ ଅଜୟଙ୍କୁ କାହିଁକି ଭୁଲ ମାଗିଥିଲେ ସୌମ୍ୟ

ମୃତ୍ୟୁ ପୂର୍ବରୁ ଅଜୟଙ୍କୁ କାହିଁକି ଭୁଲ ମାଗିଥିଲେ ସୌମ୍ୟ

ବନେଶ୍ୱର: ପ୍ରେମରେ ଧୋକ୍କା ଖାଇ ରାଜଧାନୀର ଜଣେ ଯୁବ ମଡେଲରଙ୍କ ଆତ୍ମହତ୍ୟା ମାମଲାରେ ନୂଆ ନୂଆ କାହାଣୀ । ଆତ୍ମହତ୍ୟା କରିଥିବା ଯୁବ ମଡ଼େଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ପୂର୍ବରୁ ସୋନାଲିଙ୍କ ଜୀବନରେ ଆସିଥିଲେ ଓଲିଉଡ୍‌ର ଜଣେ ଯୁବ ନିର୍ଦ୍ଦେଶକ ଅଜୟ । ସୌମ୍ୟ ବି ଆତ୍ମହତ୍ୟା ପୂର୍ବରୁ ଅଜୟଙ୍କୁ କ୍ଷମା ମାଗିଛନ୍ତି ସୁଇସାଇଡ୍ ନୋଟ୍‌ରେ । ଏପରିକି ଅନୁତାପ କରି ମୋବାଇଲ୍‌ରେ ମେସେଜ୍ ପଠାଇଛନ୍ତି Im Sorry Ajay। ମୁଁ ତମକୁ କଷ୍ଟ ଦେଇଛି । ଯିଏ ଆଜି ମୁହଁ ଖୋଲିବା ସହ ଆତ୍ମହତ୍ୟା ପୂର୍ବରୁ ସୌମ୍ୟରଞ୍ଜନଙ୍କ ଶେଷ ମେସେଜ୍‌ର ଗୁମର ଖୋଲିଛନ୍ତି । ଅଜୟ ପାଢୀ ଓଲିଉଡ୍‌ର ଜଣେ ଯୁବ ନିର୍ଦ୍ଦେଶକ ।

ତାଙ୍କ କହିବା କଥା, ସୌମ୍ୟଙ୍କ ଆଗରୁ ସୋନାଲିଙ୍କର ଥିଲେ ପ୍ରେମିକ । ୨୦୧୮ରୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । କିନ୍ତୁ ୨୦୨୦ରେ ସୌମ୍ୟଙ୍କ ସହ ତାଙ୍କ ପ୍ରେମିକା ଫ୍ରେଣ୍ଡସିପ୍ ରଖିଥିବା ଜାଣିପାରିଥିଲେ । ଆଉ କ୍ୟାରିୟରର ଆଳ କରି ସୋନାଲିଙ୍କ ସହ ସହମତିରେ ସବୁଦିନ ପାଇଁ ସଂପର୍କ ତୁଟାଇଦେଲେ ବୋଲି କହିଛନ୍ତି । ଏବେ ଜାଣିଲେ, ସେହି ଝିଅ ପାଇଁ ଆତ୍ମହତ୍ୟା କରିଛନ୍ତି ସୌମ୍ୟ। ସେ ଆହୁରି କହିଛନ୍ତି ଯେ ମୁଁ ଯେତିକି ଜାଣିଛି, ସୋନାଲି ଓ ସୌମ୍ୟ ବହୁତ ଖୁସିରେ ଥିଲେ ।

ସୌମ୍ୟ ଆତ୍ମହତ୍ୟା କରିବେ ବୋଲି ମୁଁ କେବେବି ଭାବିନଥିଲି । ମୁଁ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଗଲି । ସୁଇସାଇଡ୍ ନୋଟ୍ ମୋ ନାଁ ଲେଖି ମୋତେ ଭୁଲ ମାଗିଛନ୍ତି, ସେମିତି କିଛି ହୋଇନି । ହୁଏତ ସେ ଭାବୁଥିବେ ଯେ, ସୌମ୍ୟ ଇନ୍ କଲେ ବୋଲି ସୋନାଲି ଓ ମୋ ମଧ୍ୟରେ ବ୍ରେକ୍ ଅପ୍ ହୋଇଗଲା, ତାହା ନୁହେଁ । ସେଦିନ ରାତିରେ ସୌମ୍ୟ ମୋତେ କଲ୍ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଫୋନ୍ ରିସିଭ କରିପାରିନଥିଲି । ଯଦି ଫୋନ୍ ରିସିଭ୍ କରିଥାନ୍ତି ବୋଧହୁଏ ସେ ବଞ୍ଚିଯାଇଥାନ୍ତା ବୋଲି ଅଜୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking