19.1 C
Bhubaneswar
Friday, November 22, 2024
Homeଓଡିଶାଜାଣନ୍ତୁ ଦେଶର କେଉଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କେତେ ସମ୍ପତ୍ତି....

ଜାଣନ୍ତୁ ଦେଶର କେଉଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କେତେ ସମ୍ପତ୍ତି….

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଏଡିଆର୍ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ? କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ? କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ? ଏହା ଜାଣିବାକୁ ପ୍ରାୟତଃ ସମସ୍ତେ ଇଚ୍ଛୁକ ଥାଆନ୍ତି। ତେବେ ଗତ ନିର୍ବାଚନ ସମୟରେ ଦେଶର ମୁଖ୍ୟମନ୍ତ୍ରୀ ମାନେ ଦେଇଥିବା ସମ୍ପତ୍ତି ମୂଲ୍ୟକୁ ଭିତ୍ତିକରି ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୦ ମୁଖ୍ୟମନ୍ତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ଏକ ରିପୋର୍ଟ ପ୍ରକାଶ କରାଯାଇଛି ।

୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ତୃତୀୟ ସର୍ବାଧିକ ଧନୀ ତାଲିକାରେ ଆସିଛନ୍ତି । ନବୀନଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ମୂଲ୍ୟ ମୋଟ ୬୩ କୋଟି ଟଙ୍କା । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସର୍ବାଧିକ ଧନୀ ମୁଖ୍ୟମନ୍ତ୍ରୀ । ଆନ୍ଧ୍ର ପ୍ରଦେଶର ମୁ୍ଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ସେ ହେଉଛନ୍ତି ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ । ତେବେ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ସମ୍ପତ୍ତିର ମୂଲ୍ୟ ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ କମ ରହିଛି।

କେଉଁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ ?୧) ଆନ୍ଧ୍ରପ୍ରଦେଶ – ଜଗମୋହନ ରେଡ୍ଡୀ- ସମ୍ପତ୍ତି-୫୧୦ କୋଟି

୨)ଅରୁଣାଚଳ ପ୍ରଦେଶ -ପ୍ରେମା ଖାଣ୍ଡୁ-ସମ୍ପତ୍ତି-୧୬୩କୋଟି
୩) ଓଡ଼ିଶା- ନବୀନ ପଟ୍ଟନାୟକ -ସମ୍ପତ୍ତି-୬୩କୋଟି
୪)ନାଗାଲଣ୍ଡ-ନିଫ୍ୟୁ ରାୟ -ସମ୍ପତ୍ତି- ୪୬ କୋଟି
୫) ପୁଡୁଚେରୀ- ଏନ୍ ରାଙ୍ଗା ସ୍ୱାମୀ-ସମ୍ପତ୍ତି-୩୮ କୋଟି
୬) ତେଲେଙ୍ଗାନା – ଚନ୍ଦ୍ରଶେଖର ରାଓ-ସମ୍ପତ୍ତି-୨୩ କୋଟି
୭) ଛତିଶଗଡ଼-ଭୁପେଶ କୁମାର ବାଘେଲ୍‌- ସମ୍ପତ୍ତି-୨୩ କୋଟି
୮) ଆସାମ୍‌- ହେମନ୍ତ ବିଶ୍ୱଶର୍ମା-ସମ୍ପତ୍ତି-୧୭ କୋଟି
୯)ମେଘାଳୟ-କର୍ଣ୍ଣଡ କଙ୍କଡ ସଙ୍ଗମ-ସମ୍ପତ୍ତି – ୧୪ କୋଟି
୧୦) ତ୍ରିପୁରା – ମାଣିକ୍ ସାହା – ସମ୍ପତ୍ତି- ୧୩ କୋଟି
୧୧)ମହାରାଷ୍ଟ୍ର-ଏକ୍‌ନାଥ ସିନ୍ଧେ-ସମ୍ପତ୍ତି-୧୧କୋଟି
୧୨) ଗୋଆ- ଡ.ପ୍ରମୋଦ ସାୱାଦ୍ -ସମ୍ପତ୍ତି- ୯କୋଟି
୧୩) କର୍ଣ୍ଣାଟକ- ବାସରାଜ ବାମଲ, ସମ୍ପତ୍ତି -୪କୋଟି
୧୪) ତାମିଲନାଡୁ – ଏମ୍ କେ ଷ୍ଟାଲିନ୍‌, ସମ୍ପତ୍ତି – ୮କୋଟି
୧୫ ) ଝାଡ଼ଖଣ୍ଡ – ହେମନ୍ତ ସୋରେନ୍‌, ସମ୍ପତ୍ତି – ୮କୋଟି
୧୬) ଗୁଜୁରାଟ- ଭୁପେନ୍ଦ୍ରଭାଲ ରାଜନାଥ ପଟେଲ୍‌, ସମ୍ପତ୍ତି – ୮ କୋଟି
୧୭) ହିମାଞ୍ଚଳ ପ୍ରଦେଶ – ସୁକେନ୍ଦର ସିଂହ, ସମ୍ପତ୍ତି ୭କୋଟି
୧୮) ମଧ୍ୟପ୍ରଦେଶ- ଶିବରାଜ ସିଂହ ଚ୍ୱୌହାନ, ସମ୍ପତ୍ତିି- ୭କୋଟି
୧୯) ରାଜସ୍ଥାନ- ଅଶୋକ ଗେହଲେଟ, ସମ୍ପତ୍ତିି – ୬କୋଟି
୨୦) ଉତ୍ତରାଖଣ୍ଡ – ପୁ୍‌କର ସିଂହ ଧାମି, ମ୍ମତ୍ତି – ୪ କୋଟି
୨୧) ସିକିମ୍ – ପ୍ରେମ୍ ସିଂହ ତାମମ୍‌ – ସମ୍ପତି ୩କୋଟି
୨୨) ମିଜୋରାମ – ଜରାମ୍ ଥାଙ୍ଗା, ସମ୍ପତ୍ତିି- ୩କୋଟି
୨୩) ଦିଲ୍ଲୀ – ଅରବିନ୍ଦ କେଜ୍ରିୱାଲ,ସମ୍ପତ୍ତିି- ୩ କୋଟି
୨୪) ବିହାର – ନିତିଶ କୁମାର, ସମ୍ପତି – ୩ କୋଟି
୨୫) ପଞ୍ଜାବ- ଭଗବତ୍ ମାନ୍ – ସମ୍ପତି -୧ କୋଟି
୨୬) ଉତ୍ତରପ୍ରଦେଶ – ଆଦିତ୍ୟ ନାଥ – ସମ୍ପତି – ୧ କୋଟି
୨୭) ମଣିପୁର- ନନ୍‌ଗେଥନ୍ ବିରେନ୍ ସିଂହ୍‌, ସମ୍ପତି – ୧କୋଟି
୨୮) ହରିୟାଣା – ମନୋହର୍ ଲାଲ୍‌- ସମ୍ପତି ୧ କୋଟି
୨୯) କେରଳ – ପିନାରାଇ ବିଜୟନ୍‌, ସମ୍ପତି- ୧କୋଟି
୩୦) ପଶ୍ଚିମବଙ୍ଗ – ମମତା ବାନାର୍ଜୀ, ସମ୍ପତି – ୧୫ଲକ୍ଷ

ସବୁଠୁ ପାଠୁଆ ମୁଖ୍ୟମନ୍ତ୍ରୀ କିଏ ?
ତେବେ କେବଳ ସେତିକି ନୁହେଁ, ଏହି ତାଲିକାରୁ ଜଣାଯାଇଛି ଯେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ହେଉଛନ୍ତି ସବୁଠାରୁ ଉଚ୍ଚଶିକ୍ଷିତ ମୁଖ୍ୟମନ୍ତ୍ରୀ। ସେ ଫିଲୋସଫିରେ ଡକ୍ଟରେଟ ପାଇଥିବା ବେଳେ ପଲିଟିକାଲ ସାଇନ୍ସରେ ଏମଏ ଓ ଆଇନ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ସେହିଭଳି ପୂର୍ବରୁ ଅଟୋ ଡ୍ରାଇଭର ଥିବା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ହେଉଛନ୍ତି ଦେଶର ସବୁଠାରୁ କମ୍ ପାଠ ପଢିଥିବା ମୁଖ୍ୟମନ୍ତ୍ରୀ। ସେ ଦଶମ ଯାଏଁ ପାଠ ପଢିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking