32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରିଲ କରୁଥିବା ବେଳେ ରକ୍ତର ହୋଲି ଖେଳିଲା ଲୌହ ଦାନବ

ରିଲ କରୁଥିବା ବେଳେ ରକ୍ତର ହୋଲି ଖେଳିଲା ଲୌହ ଦାନବ

କୋଲକାତା: ମୁର୍ସିଦାବାଦର ସୁତି-ଅହିରନ ବ୍ରିଜ୍ ରେଲୱେ ଟ୍ରାକ୍ ଉପରେ ରିଲ କରୁଥିବା ବେଳେ ରକ୍ତର ହୋଲି ଖେଳିଲା ଲୌହ ଦାନବ । ରେଲୱେ ଟ୍ରାକ୍ ଉପରେ ରିଲ୍ କରୁଥିବା ସମୟରେ ଏକ ମାଲ ଗାଡି ଆସିଯିବାରୁ ତିନି ଜଣ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ରେଳଲାଇନ ଉପରେ ଉକ୍ତ ତିନି ଜଣ ଛାତ୍ର ମାନେ ରିଲ ଭିଡିଓ ରେକର୍ଡ କରୁଥିଲେ । ଏହାସହ ଆଉ ୨ ଜଣ ଛାତ୍ର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତ ଛାତ୍ରମାନେ ହେଉଛନ୍ତି ସମିଉଲ ଶେଖ, ଅମାଉଲ ଶେଖ୍ ଓ ରିଆଜ ଶେଖ୍ । ସମସ୍ତ ମୃତକ ସୁତି ଥାନା ଅନ୍ତର୍ଗତ ଇଂଲିଶ ସାହପାରା ଗାଁରେ ରହୁଥିଲେ । ଉକ୍ତ ତିନି ଜଣ ଛାତ୍ରମାନେ ଔରଙ୍ଗାବାଦରେ ଏକ ଘରୋଇ ସ୍କୁଲ୍ରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ ।

ରେଲୱେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ଏହି ଦୁଃଖ ଦାୟକ ଘଟଣାରେ ଆହତ ହୋଇଥିବା ଛାତ୍ର ମାନେ ହେଉଛନ୍ତି ରୋହିତ ଶେଖ ଏବଂ ଆକାଶ ଶେଖ । ଉଭୟଙ୍କୁ ସ୍ଥାନୀୟ ଜଙ୍ଗୀପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ସୂତ୍ରକୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ପାଞ୍ଚ ଜଣ ଛାତ୍ର ସ୍ଥାନୀୟ ରେଳ ଲାଇନ ଉପରେ ଇନ୍‌ଷ୍ଟା ରିଲ୍ ସୁଟିଂ କରୁଥିଲେ । ସେମାନେ ନିଜର ଫେସ୍ୱୁକ୍ ପେଜ୍ରେ ଏହାକୁ ପୋଷ୍ଟ କରି ଭ୍ୟୁଜ୍ ପାଇବା ପାଇଁ ଏହାକୁ ରେକର୍ଡ କରୁଥିଲେ । ଜଣେ ସାଙ୍ଗ ମୋବାଇଲରେ ସୁଟ୍ କରୁଥିବା ବେଳେ ଅନ୍ୟ ମାନେ ଫଟୋ ପାଇଁ ପୋଜ ଦେଉଥିଲେ । ପିଲାମାନେ କିଛି ଜାଣିବା ଆଗରୁ ମାଲବାହୀ ଟ୍ରେନ୍ ସେମାନଙ୍କ ଉପରେ ଚଢି ଯାଇଥିଲା । ମାଲବାହୀ ଟ୍ରେନଟି ସେମାନଙ୍କୁ ସୂଚିତ କରିବା ପାଇଁ ଅନେକ ଥର ହର୍ଣ୍ଣ ବଜାଇଥିଲେ ମଧ୍ୟ ସେମାନେ ରିଲ ସୁଟିଂରେ ମଜ୍ଜି ଯାଇଥିଲେ । ତେଣୁ ସେମାନେ କିଛି ଜାଣିପାରି ନ ଥିଲେ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଆହତଙ୍କ ସ୍ଥିତି ଗମ୍ଭୀର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking