32.1 C
Bhubaneswar
Friday, June 21, 2024
Homeଓଡିଶାଯାଜପୁରରୋଡ଼ ସହରରେ ଟ୍ରାଫିକ ସମସ୍ୟା ସୁଧୁରିବ କେବେ, ଟ୍ରାଫିକ ସମସ୍ୟା ବ୍ଲୁ ପ୍ରିଣ୍ଟ ନାଲିଫିତା ତଳେ

ଯାଜପୁରରୋଡ଼ ସହରରେ ଟ୍ରାଫିକ ସମସ୍ୟା ସୁଧୁରିବ କେବେ, ଟ୍ରାଫିକ ସମସ୍ୟା ବ୍ଲୁ ପ୍ରିଣ୍ଟ ନାଲିଫିତା ତଳେ

ଯାଜପୁର : କ୍ରମ ବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି | ଯାହାଫଳରେ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭାହୋଇଛି | ଏହି ସହର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟ ଦ୍ୱାର ହୋଇଥିବାରୁ ଯାନବାହାନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି |ସହରର କୋର୍ଟ ଛକ, ଚୋରଦା ଛକ, ଚୋରଦା ବାଇପାସ, ଗୋପବନ୍ଧୁ ଛକ, ଦଳା ଛକ, ଡାକବଙ୍ଗଳା ଛକ ପ୍ରଭୂତି ସ୍ଥାନ ମାନଙ୍କରେ ଟ୍ରାଫିକ ସମସ୍ୟା ଦେଖାଦେଇଛି | ଏହି ସହରରେ ଟ୍ରାଫିକ ପୋଲିସ ର ବ୍ୟବସ୍ଥା ନଥିବାରୁ ଏହି ସମସ୍ୟା ଗୁରୁତର ହେଉଛି | ଯାହା ଦ୍ୱରା ଦୈନଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନି ଘଟୁଛି | ଅନ୍ଯ ପକ୍ଷରେ ସହରର ମୁଖ୍ଯ ରାସ୍ତା ଗୋପବନ୍ଧୁ ଛକ ଠାରୁ ଚୋରଦା ଛକ ପର୍ଯ୍ୟନ୍ତ ଦୁଇ ପାର୍ଶ୍ବ ରେ ବଡ ବଡ ମହଲ ଗୁଡିକ ରହିଛି ସେମାନଙ୍କର ନିଜସ୍ବ ପାର୍କିଙ୍ଗ ବେବସ୍ଥା ନ ଥିବାରୁ ଗ୍ରାହାକ ମାନେ ରାସ୍ତା ଉପରେ ବିଭିନ୍ନ ଯାନବାହାନ ରଖି ମହଲ ଭିତରକୁ ବିଭିନ୍ନ ସପିଙ୍ଗି କରିବାକୁ ଯାଉଛନ୍ତି । ଫଳରେ ଘଣ୍ଟା ଘଣ୍ଟା ଧରି ଯାନବାହାନ ରହିବା ଦୁଆରା ଟ୍ରାଫିକ ସମସ୍ୟାର ଉପୁଜିଛି । ଏଥି ପ୍ରତି ପୌର ପରିଷଦ ଦୃଷ୍ଟି ଦେଉ ନାହିଁ । ଏହାକୁ ନେଇ ସହରରେ ଜନ ଅସନ୍ତୋଷ ଦେଖାଦେଇଛି | ବିଭିନ୍ନ ସଂଗଠନ ଓ ସହରବାସୀଙ୍କ ପକ୍ଷରୁ ଟ୍ରlଫିକ ସମସ୍ୟାର ନିରାକାରଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନାହିଁ | ସୂଚନା ଯୋଗ୍ୟ ଯେ ୨00୯ ମସିହାରେ ତତ୍କାଳୀନ ଯାଜପୁର ଏସ ପି ଟ୍ରାଫିକ ସମସ୍ୟାର ଦୃଢ଼ିକରଣ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟ୍ରାଫିକ ପୋଲିସ ନିଯୁକ୍ତ କରିବା ପାଇଁ ଗୃହ ବିଭାଗକୁ ପଠାଇଥିଲେ | ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଫାଇଲ ନାଲିଫିତା ତଳେ ଚାପି ହୋଇ ରହିଛି | ଚୋରଦା, ଚୋରଦା ବାଇପାସ, ଫାୟାର ଷ୍ଟେସନ ଛକ, ଧଵଳଗିରି, ବେଣାପୁର ଛକରେ ଟ୍ରାଫିକ ସିଗନାଲ ପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ଏକ ପ୍ରସ୍ତାବ ଗୃହ ବିଭାଗକୁ ପଠା ଯାଇଥିଲା | କିନ୍ତୁ ଏ ସମ୍ପର୍କରେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆ ନଯିବା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି | ଏବେ ଗ୍ରୀଷ୍ମ ପ୍ରବାହ ଚାଲିଥିଲା ବେଳେ ପୂର୍ବାହ୍ନ ଓ ଅପରାହ୍ନରେ ସହରର ଛକ ଗୁଡିକରେ ଅସମ୍ଭବ ଭିଡ଼ ହେଉଛି | ଅନ୍ୟପକ୍ଷରେ ଗୋପବନ୍ଧୁ ଛକ ଓ ଡାକବଙ୍ଗଳା ଛକ ନିକଟରେ ଥିବା ରେଳ ଫାଟକ ଘଣ୍ଟା ଘଣ୍ଟା ଧରି ପଡିରହିବା ଦ୍ଵାରା ଟ୍ରାଫିକ ସମସ୍ୟାକୁ ଦ୍ଵିଗୁଣିତ କରୁଛି | କଳିଙ୍ଗନଗର ଶିଳ୍ପାଞ୍ଚଳର କର୍ମଚାରୀ ମାନଙ୍କୁ ନେବା ଆଣିବାରେ ନିୟୋଜିତ ଶତାଧିକ ବସ ଓ ଯାନ ବାହାନ ଗୁଡିକ ଟ୍ରାଫିକ ସମସ୍ୟକୁ ଅଧିକ ଜଟିଳ କରୁଛିଏହି ସମସ୍ୟା ସହର ରେ କେବେ ଦୂର ହେବ ପ୍ରଶାସନ ରାଜ ନେତା ନିକଟ ରେ ଉତ୍ତର ନାହ୍ନି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking