27.1 C
Bhubaneswar
Sunday, July 7, 2024
Homeଓଡିଶାନଗଡ଼ାର ଭାଗ୍ୟ ରେ କେବେ ସୂର୍ଯ୍ୟ ଉଦୟ ହେବ?

ନଗଡ଼ାର ଭାଗ୍ୟ ରେ କେବେ ସୂର୍ଯ୍ୟ ଉଦୟ ହେବ?

ଯାଜପୁର : ଭାଗ୍ୟ ର ବିଡମ୍ବନା l ନଗଡା ବାସୀ କେବେ ବିକାଶ ଧାରା ର ସାମିଲ୍ ହେବେ ସେମାନେ ଭାଗ୍ୟ ରେ କେବେ ନୂତନ ସୂର୍ଯ୍ୟ ଉଦୟ ହେବ ତାହା ପ୍ରଶ୍ନ ବlଚୀ ସେମାନ ମନ ରୁ ଅନ୍ଧ ବିଶ୍ବାସ କେବେ ଦୂର ହେ l ଆଧୁନିକତା ର ସ୍ପର୍ଶ ପାଇବେ ତାହା ସପ୍ନ ରେ ରହି ଯାଇଚି ସରକାର ଙ୍କ ବିକାସ ଧାର ଜାରି ରହିଛି କିନ୍ତୁ ଅନ୍ଧ ବିଶ୍ୱାସ କୁ ଜାବୁଡ଼ି ଧରିଛି କେତେକାଂଶ ସଫଳତା ମିଳିଛି l
ନଗଡ଼ା ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳରେ ଥିବା ଗୁହିଆଶାଳ, ତୁମୁଣି ଓ ତଳଡିହ ଜୁଆଙ୍ଗ ବସ୍ତି ଏବଂ ନଗଡ଼ା ଉପକଣ୍ଠ ନାଲିଆଡାବ ବସ୍ତିର ବିକାଶ ପାଇଁ ୨୦୧୬ ମସିହା ଜୁଲାଇ ୨୦ ତାରିଖରେ ତତ୍କ‌ାଳୀନ ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ ନଗଡ଼ା ଟାସ୍କ୍ ଫୋର୍ସ ଗଠନ କରିଥିଲେ। ଠିକ୍‌ ପରଦିନ ଟାସ୍କ୍ ଫୋର୍ସ ମୁଖ୍ୟ ଭାବେ ତତ୍କାଳୀନ କୃଷି ଆୟୁକ୍ତ ମନୋଜ ଆହୁଜା ଓ ଅନ୍ୟତମ ସଦସ୍ୟ ପ୍ରମୁଖ କୃଷି ସଚିବ ପ୍ରମୋଦ ମେହେର୍ଦ୍ଦା ସାତକୁଲିଆ ପାହାଡ଼ ଗୁଳା ବାଟରେ ଚାଲିଚାଲି ନଗଡ଼ା ଗସ୍ତ କରିଥିଲେ। ସେଦିନ ୨ ବରିଷ୍ଠ ପ୍ରଶାସକ ୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ଉପର, ମଝି ଓ ତଳ ନଗଡ଼ାର ଘରକୁ ଘର ବୁଲି ବାସ୍ତବ ସ୍ଥିତି ପରଖିଥିଲେ। ଶ୍ରୀ ଆହୁଜା ନଗଡ଼ା ଉନ୍ନୟନକୁ ନେଇ ତତ୍କାଳୀନ ଜିଲ୍ଲାପାଳ ସହ ବ୍ୟାପକ ଆଲୋଚନା କରି କ୍ଷେତ୍ର ପ୍ରସ୍ତୁତ କରିଥିଲେ। ଫଳସ୍ବରୂପ ୫ ମାସ ପରେ ନଭେମ୍ବର ମାସ ୨୫ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆପାଣି ଗସ୍ତରେ ଆସି ଆଦର୍ଶ ନଗଡ଼ା ଘୋଷଣା କରିଥିଲେ।
ପ୍ରତିବର୍ଷ ଏଠାରେ ଅପପୁଷ୍ଟି ପାଇଁ ଶିଶୁମୃତ୍ୟୁ ଅଭିଯୋଗ ହୁଏ। ବର୍ଷକ ମଧ୍ୟରେ ୫ ଶିଶୁଙ୍କ ମୃତ୍ୟୁ ପୁଣିଥରେ ସାଧାରଣରେ ଆଲୋଡ଼ନର କାରଣ ହୋଇଛି। ଅଗଷ୍ଟ ୨୪ ତାରିଖର ତଳଡିହ ବସ୍ତିର ୨ ଶିଶୁ ଫୁଲମଣି ଓ ଅମିନ ପ୍ରଧାନଙ୍କ ପୁଅ ଠାକୁରା(୪), ରଇବାରୀ ଓ ଉଷା ପ୍ରଧାନଙ୍କ ଝିଅ ମିତା(୩), ଡିସେମ୍ବର ୨୩ ତାରିଖରେ ତଳନଗଡ଼ାର ଫୁଲମଣି ଓ ବିନୁ ବର୍ଷ ପ୍ରଧାନଙ୍କ ଝିଅ ଶକୁନ୍ତଳା(୪), ଫେବ୍ରୁଆରି ୧୯ ତାରିଖରେ ଗାଲେ ଓ ମଙ୍ଗୁଳୁ ପ୍ରଧାନଙ୍କ ଝିଅ ଅନୁସୟା(୩ ମାସ) ଓ ମାର୍ଚ୍ଚ ୬ ତାରିଖରେ ଗୁହିଆଶାଳର ମେଞ୍ଜାରି ଓ ମାଧ ପ୍ରଧାନଙ୍କ ଝିଅ ମାନିନୀ(୧୮ ମାସ)ର ମୃତ୍ୟୁ ହୋଇଛି।
୪ ବର୍ଷ ଧରି ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ନଗଡ଼ା ପିଚୁ ରାସ୍ତା ପକ୍କା ଘର ବାଦ୍‌ଦେଲେ ଏଠାରେ ଆଉ କିଛି ହୋଇନଥିବା କୁହାଯାଇପା‌ରେ। ନିର୍ମାଣାଧୀନ ନାଲିଆଡାବ-ଗୁହିଆଶାଳ ବନସଡ଼କ ଏବେ ଅଧପନ୍ତରିଆ। ବର୍ଷାରେ ସାଇକଲ୍‌ ଗଡ଼ିବା ସମ୍ଭବ ନୁହେଁ। ତୁମୁଣି ଓ ତଳଡିହ ଜୁଆଙ୍ଗ ବସ୍ତି ଏଯାବତ୍ ଅପହଞ୍ଚ ରହିଛି। ରୋଗୀ ଓ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ହେଲେ ଭ‌ାର କିମ୍ବା ଖଟିଆ ଖୋଜା ପଡ଼ୁଛି। ତୁମୁଣିର ୨୭ଟି ପରିବାର ଓ ତଳଡିହ ବସ୍ତିର ୧୨ଟି ପରିବାର ଗମନାଗମନ, ଆବାସ, ବିଦ୍ୟୁତ, ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ସାଧାରଣ ଡାକ୍ତରୀ ଦଳକୁ ବାଘ, ଭାଲୁ, ହାତୀ, ସରୀସୃପ ଭଳି ହିଂସ୍ର ବନ୍ୟପ୍ରାଣୀଙ୍କ ଭୟ ଓ ବିପଜ୍ଜନକ ସ୍ଥିତିରେ ସେବା ଯୋଗାଇବାକୁ ପଡ଼ୁଥିବା ଅଭିଯୋଗ କରନ୍ତି ଆଶାକର୍ମୀ ଜୟନ୍ତୀ ମହାନ୍ତ। ନଗଡ଼ା ସୌନ୍ଦର୍ଯୀକରଣ ଯୋଜନାରେ ତଳ ଓ ଉପର ନଗଡ଼ାର ୨ ମଣ୍ଡପ ଛପର ସଂପୂର୍ଣ୍ଣ ଉଡ଼ିଯାଇଛି। ଏସବୁ ଏବେ ଭଙ୍ଗୁର ଅବସ୍ଥା‌ରେ। ନଗଡ଼ାର ପ୍ରଥମ କୋଠା ଏବେ ଗୁହାଳ ପାଲଟିଛି। ୨୦୨୨-୨୩ ଶିକ୍ଷାବର୍ଷରେ ଗୁହିଆଶାଳ ଉଚ୍ଚ ପ୍ରାଥମିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଖୋଲିଥିଲେ ମଧ୍ୟ ଏଯାବତ୍ ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ହୋଇନି। ଗତବର୍ଷ ଖୋଳା ଯାଇଥିବା ସ୍କୁଲକୋଠା ନିଅଁ ପୋତିହୋଇ ଜଙ୍ଗଲ ହୋଇଗଲାଣି। ୨୦୨୨ ରୁ ୨୦୨୪ ମସିହା ପ୍ରତିବର୍ଷ ୫ ଜଣ ଲେଖାଏଁ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇବା ସହ ନଗଡ଼ାର ସମସ୍ତ ୧୫ ମାଟ୍ରିକୁଲେଟ୍‌ ମିଟୁ ପ୍ରଧାନ, ନିଧିଆ ପ୍ରଧାନ, କାଳିଆ ପ୍ରଧାନ, ସଇତ ପ୍ରଧାନ, ବାଉରିଆ ପ୍ରଧାନ, ସମ୍ବାରି ପ୍ରଧାନ, ପବିତ୍ର ପ୍ରଧାନ, ଲବ ପ୍ରଧାନ, ଦୀନବନ୍ଧୁ ପ୍ରଧାନ, ଜାଗର ପ୍ରଧାନ, ମୁଖିଆ ପ୍ରଧାନ, ଇନ୍ଦ୍ର ପ୍ରଧାନ, ମୁକୁନି ପ୍ରଧାନ, ଜାନକୀ ପ୍ରଧାନ ଓ ବିକାଶ ପ୍ରଧାନ ଅଧାରୁ ପାଠ ଛାଡ଼ି ଗାଁରେ ବୁଲୁଛନ୍ତି। ଏଯାବତ୍ ସରକାରୀ ଯୋଜନାରେ କୌଣସି ନଗଡ଼ା ଯୁବକ ରୋଜଗାରକ୍ଷମ ହେବାର ନଜିର ନାହିଁ।
୪ ବର୍ଷ ଧରି ଏଠାରେ ମନରେଗା ଯୋଜନାରେ ଜଣେ ହେଲେ ବି ୩୦ ଦିନ ବି କାମ କରିବ‌ାର ଦୃଷ୍ଟାନ୍ତ ନାହିଁ। ନଗଡ଼ା ଜୁଆଙ୍ଗଙ୍କ ସାମାଜିକ ସଚେତନତା ପାଇଁ ୟୁନିସେଫ୍‌ ଏବଂ ଏକାଧିକ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରୀୟ ସ୍ବେଚ୍ଛାସେବୀ ସଂଗଠନ(ଏନ୍‌ଜିଓ) ନିୟୋଜିତ ହୋଇଛନ୍ତି। କିନ୍ତୁ ନଗଡ଼ାବାସୀ ଏବେ ବି ଅନ୍ଧବିଶ୍ବାସରୁ ମୁକୁଳି ପାରିନାହାନ୍ତି। ନଗଡ଼ାବ‌ାସୀ କର୍ମବିମୁଖ ହୋଇ ମଦ, ହାଣ୍ଡିଆ, ଗଞ୍ଜେଇ ଓ ନିଶାପାଣି ପାଇଁ ସେମାନଙ୍କ ପାଇଁ ଆମ୍ବୃତ ସମାନ।
୨୦୧୬ ମସିହାରେ ନଗଡ଼ାର ଘର ସଂଖ୍ୟା ୧୦୫ ଓ ଲୋକସଂଖ୍ୟା ୩୫୨ ଥିଲା। ଚଳିତ ଏପ୍ରିଲ ମାସ ସୁଦ୍ଧା ଘର ସଂଖ୍ୟା ୧୪୧ ଓ ଲୋକସଂଖ୍ୟା ୭୩୬ ହୋଇଛି। ଜଙ୍ଗଲ କଟାଯାଇ ପାରମ୍ପରିକ ପୋଡ଼ୁଚାଷ ବ୍ୟତୀତ ନଗଡ଼ାରେ ଆଧୁନିକ କୃଷି, ପୁଷ୍ଟି ଉଦ୍ୟାନ ଓ କିମ୍ବା ମୋ ଉପକାରୀ ବଗିଚାର ଚିହ୍ନବର୍ଣ୍ଣ ନାହିଁ। ମାଳମାଳ ଏନଜିଓ ବ୍ୟବସ୍ଥା ସତ୍ତ୍ବେ ନଗଡ଼ାବାସୀ ଚାଷବାସରେ ସଚେତନ ହୋଇପାରିନାହାନ୍ତି।ପୁର୍ବ ପୁରୁଷ ଭିଟା ମାଟି ଛାଡ଼ି ଆସିବାକୁ ନା ରାଜ ପାହାଡ ଘେରା ଜଙ୍ଗଲ ଅଂଚଳ ରେ ରହିବାକୁ ସେମାନଙ୍କୁ ଭଲ ଲାଗୁଚି l ସରକାର ସେମାନଙ୍କୁ ପାହାଡ ତଳେ ଜମି ପକ୍କା ଘର କରି ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଈ ଯେତେ ବୁଝାଇଲେ ସୁଧା ଭିଟା ମାଟି ଛାଡ଼ି ଆସିବାକୁ ନା ରାଜ l
ନଗଡ଼ା ର ଚିତ୍ର ବଦଳାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି କିନ୍ତୁ ସେମାନେ ରୋଗ ହେଲେ ଡାକ୍ତର ଖାନ ନ ଯାଇ ଚେର ମୁଳି ଖାଇବା ଓ ଗୁଣିଆ ନିକଟ କୁ ଯାଇଛନ୍ତି l ପ୍ରଶାସନ ପକ୍ଷରୁ ରୁ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଇ ପରି ଦର୍ଶନ କରି ସେମାନଙ୍କ ପାଇଁ ସମୀକ୍ଷl ବୈଠକ ମାନ କରୁଛନ୍ତି କିନ୍ତୁ ଫଳ ପଦ ହେଉ ନାହିଁ l ଏବେ ନୂତନ ସରକାର କି ଭଳି ଭାବେ ନାଗଡା ଓ ଉପକଣ୍ଠ ରେ ଥିବା ଅଧ୍ୟୁଷିତ ବସ୍ତି ଗୁଡିକ ରେ ସେମାନଙ୍କ ମନ ରୁ ଅନ୍ଧ ବିଶ୍ବାସ କୁ ଦୂରେଇ କି ଭଳି ବିକାସ କରିବେ ତାହା ସମୟ କହିବ। ନଗଡl ମିଶନ ନମକ ଏକ ସଂସ୍ଥା ନଗଡl କୁ ବିକଶିତ ନଗଡ଼ା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ସେମାନଙ୍କୁ ଖାଦ୍ୟ ପୋଷାକ ଚିକିତ୍ସା ଯୋଗାଇ ଦେଉଛନ୍ତି ଲୋକ ମାନଂକୁ ଜନ ସ୍ୱୋତ୍ର ରେ ସାମିଲି କରିବା ସେମାନଙ୍କୁ ସଚେତନା କହୁଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking