28.1 C
Bhubaneswar
Monday, July 1, 2024
Homeଓଡିଶାମୋବାଇଲ ହେଲା କାଳ,ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ

ମୋବାଇଲ ହେଲା କାଳ,ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ

ଭୁବନେଶ୍ୱର:ସାତ ଜନମର ସାଥୀ ହେବା ହାତ ଧରିଥିଲେ ଓ ଯାହା ପାଇଁ ହାତରେ ଶଙ୍ଖା ଓ ମୁଣ୍ଡରେ ସିନ୍ଦୁର ପିନ୍ଧି ସଜେଇ ହୋଇଥିଲା। ହେଲେ ସେହି ସ୍ୱାମୀକୁ ସାମାନ୍ୟ ମୋବାଇଲ ପାଇଁ ପନିକିରେ ଜଣେ ମହିଳା ହାଣି ଫେରାର ମାରିଥିବା ଅଭିଯୋଗ ହୋଇଛି ଓ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏଭଳି ଘଟଣା ଘଟିଛି।
ଖବର ଅନୁଯାୟୀ, କେସେର କେଲାଗାଁର ଗଣେଶ୍ୱର ସୁନା ୨୦୧୭ ମସିହାରେ ଛତିଶଗଡ଼ର ବିଲାସପୁରର ଇଶ୍ୱରୀ କୁମାରୀଙ୍କ ସହ ବିବାହ କରିଥିଲେ। ବାହାଘର ପରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଦୁହିଁଙ୍କ ଝିଅଟିଏ ଜନ୍ମହେବା ପରେ ପରସ୍ପର ମଧ୍ୟରେ ଅସନ୍ତୋଷ ବଢିବା ସହ ଝଗଡ଼ା ବଢିଥିଲା । ଅନ୍ୟତ୍ର ସଂପର୍କକୁ ନେଇ ଉଭୟ ଉଭୟଙ୍କୁ ସନ୍ଦେହ କରୁଥିଲେ ।
ତେବେ ରବିବାର ରାତିରେ ଏହା ଉଗ୍ରରୂପ ନେଇଥିଲା। ସ୍ୱାମୀ ସୋଇଥିବା ବେଳେ ସ୍ତ୍ରୀ ଈଶ୍ୱରୀ ପନିକିରେ ହାଣୀ ଘରୁ ଫେରାର ମାରିଛି । ଗୁରୁତର ଅବସ୍ଥାରେ ଗଣେଶ୍ୱରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ଅଛି ଓ ସ୍ୱାମୀଙ୍କୁ ଆକ୍ରମଣ କରିବା ପରେ ଝିଅକୁ ଧରି ସ୍ତ୍ରୀ ଫେରାର ମାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking